Only for Entertainment

ମା’ ଜୟା ବଚ୍ଚନଙ୍କ ବର୍ଥଡେ’ରେ ଝିଅ ଶ୍ୱେତା ରଖିଲେ ସ୍ପେଶାଲ ପାର୍ଟି !

26

ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଆଜି ନିଜର ୭୧ତମ ଜନ୍ମଦିବସ ସେଲିବ୍ରେଟ କରୁଛନ୍ତି । ଜୟା ୯ଅପ୍ରେଲ ୧୯୪୮ରେ ମଧ୍ୟପ୍ରଦେଶର ଜବଲପୁରରେ ଜନ୍ମ ହୋଇଥିଲେ । ଜୟା ଫିଲ୍ମ ଜଗତରେ ଏକ ଶାନଦାର ଯାତ୍ରା କରିଛନ୍ତି । ଯଦିଓ ବିବାହ ପରେ ସେ ଖୁବ କମ କାମ କରିଛନ୍ତି କିନ୍ତୁ ଯେତିକି ଫିଲ୍ମ ସେ କରିଛନ୍ତି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ଏହି ଖାସ ମୁହୁର୍ତ୍ତରେ ଜୟାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ସୋମବାର ରାତି ଜୟା ଏବଂ ନିଜର କିଛି ଖାସ ବନ୍ଧୁଙ୍କ ପାଇଁ ପାର୍ଟିର ଆୟୋଜନ କରିଥିଲେ ।

ଏହି ପାର୍ଟିର କିଛି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ଜୟା ଧଳା ରଂଗର ସୁଟ ରେ ଖୁବ ସୁନ୍ଦର ନଜର ଆସିଛନ୍ତି । ଏହି ପାର୍ଟିରେ ଅମିତାଭ ବଚ୍ଚନ, ଅଭିଷେକ ଏବଂ ଐଶ୍ୱର୍ଯ୍ୟା ନଜର ଆସିନଥିଲେ ।


ସେହିଭଳି ମା’ଙ୍କ ଜନ୍ମଦିନରେ ଶ୍ୱେତା ତାଙ୍କୁ ଖାସ ଢଙ୍ଗରେ ୱିଶ କରିଥିଲେ । ଶ୍ୱେତା ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ନିଜ ଏବଂ ଜୟାଙ୍କ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଏହାସହ ସେ କ୍ୟାପଶନରେ ଲେଖିଛନ୍ତି ‘o captain my captain’ .

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More