Only for Entertainment

ବିପଦରେ ଶ୍ୱେତା ବଚ୍ଚନ, ଅମିତାଭଙ୍କ ଝିଅ ଉପରେ ଲାଗିଲା ଫ୍ୟାଶନ ବ୍ରାଣ୍ଡ ଚୋରୀର ଆରୋପ !

jansatta
0 50

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ଡ଼ିଜାଇନର ମୋନିଶା ସିଂହଙ୍କ ସହ ମିଶି ନିଜର ଫ୍ୟାସନ ବ୍ରାଣ୍ଡ mxsର ଶୁଭାରମ୍ଭ କରି ସାରିଛନ୍ତି । କିନ୍ତୁ ଲଞ୍ଚ ହେବାର ଦୁଇ ଦିନ ପରେ ହିଁ ଶ୍ୱେତାଙ୍କ ଫ୍ୟାସନ ବ୍ରାଣ୍ଡ ଉପରେ ଚୋରିର ଆରୋପ ଲାଗିଥିବା ସୂଚନା ମିଳିଛି । ଡ଼ାଏଟ୍‌ ସବ୍ୟ ନାମକ ଜଣେ ଇନ୍‌ଷ୍ଟା ବ୍ୟବହାରକାରୀ mxs ଫ୍ୟାସନ ବ୍ରାଣ୍ଡ ଏକ ଜଣାଶୁଣା ବ୍ରାଣ୍ଡର ନକଲ କରିଥିବା ଅଭିଯୋଗ ଆଣିଛନ୍ତି । ଡ଼ାଏଟ୍‌ ସବ୍ୟ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଶ୍ୱେତା ଏକ ଟି-ସାର୍ଟ ପିନ୍ଧିଥିବାର ଦେଖାଯାଇଛି ।

New Beginnings xoxo ?- @rohanshrestha

A post shared by S (@shwetabachchan) on

ଦୁଇଟି ଫାଟୋ ସେୟାର କରି ଜଣେ ଅସଲି ବ୍ରାଣ୍ଡର ଟି-ସାର୍ଟ ପିନ୍ଧିଥିବା ବେଳେ ଶ୍ୱେତା ମଧ୍ୟ ଅବିକଳ ସେଭଳି ସର୍ଟ ପିନ୍ଧିଥିବାର ଦେଖା ଯାଇଛି । ଏହି ଫଟୋକୁ ସେୟାର କରି ସେ ଅସଲି ବ୍ରାଣ୍ଡ ବିଷୟରେ ଜଣାଇବା ସହ ଶ୍ୱେତା ଏବଂ ମୋନିଶା କିପରି ଅସଲ ବ୍ରାଣ୍ଡର ନକଲ କରିଛନ୍ତି ତାହା ଜଣାଇଛନ୍ତି । mxs ଅସଲି ବ୍ରାଣ୍ଡଠାରୁ ଆଇଡ଼ିଆ ଚୋରି କରିଥିବା ଅଭିଯୋଗ ଆଣିଛନ୍ତି ଡ଼ଏଟ୍‌ ସବ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More