Only for Entertainment

ଗିରଫ ହେଲେ ଶ୍ୱେତା ତିୱାରୀଙ୍କ ପତି ଅଭିନବ, ଝିଅକୁ ଆପତ୍ତିଜନକ ଫଟୋ ଦେଖାଇବା ସହିତ ମାରପିଟ କରୁଥିବା ଅଭିଯୋଗ

Bollywood Bubble
316

ସ୍ୱାମୀ ଅଭିନବ କୋହଲିଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ। କନ୍ଦିବାଲିସ୍ଥିତ ସମତା ନଗର ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଲେଖାଇ ଶ୍ୱେତା କହିଛନ୍ତି ଯେ ଅଭିନବ ତାଙ୍କ ଉପରେ ଘରୋଇ ହିଂସା କରୁଥିବା ସହ ତାଙ୍କ ଝିଅ ପଲକକୁ ମଧ୍ୟ ମାଡ଼ ମାରିଛନ୍ତି। ପୁଲିସ୍‌ ଷ୍ଟେସନ୍‌କୁ ଶ୍ୱେତାଙ୍କ ସହ ତାଙ୍କ ମାଆ ମଧ୍ୟ ଯାଇଥିଲେ। ଶ୍ୱେତା ଅଭିଯୋଗ ଲେଖାଇବା ବେଳେ ସ୍ୱାମୀଙ୍କ ମନ୍ଦ ଆଚରଣ ବିଷୟରେ କହି କାନ୍ଦି ପକାଇଥିଲେ।

 

ଅଭିଯୋଗ ଅନୁସାରେ, ଅଭିନବ କୋହଲି ପ୍ରତିଦିନ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରନ୍ତି। ଘରକୁ ଫେରିବା ପରେ ଅଭିନବ ଝିଅ ପଲକକୁ ମାରପିଟ କରିବା ସହ ମୋବାଇଲରେ ମଡେଲ ମାନଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଦେଖାନ୍ତି। କେବଳ ଏତିକି ନୁହେଁ ଝିଅଙ୍କୁ ଅସଭ୍ୟ ଭାଷାରେ ଗାଳି ମଧ୍ୟ ଦିଅନ୍ତି। ଏସବୁରେ ବିରକ୍ତି ହୋଇ ଶ୍ଵେତା ଶେଷରେ ତାଙ୍କ ବିରୋଧରେ ସମତା ନଗର ଥାନାରେ ଏତଲା ଦେଇଛନ୍ତି। ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିନବଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛି।

 

 

View this post on Instagram

 

Together we Stand…

A post shared by Abhinav Kohli (@abhinav.kohli024) on

ଶ୍ୱେତା ତିଓ୍ଵାରୀ ଓ ତାଙ୍କ ସ୍ୱାମୀଙ୍କ ଭିତରେ ଭଲ ସଂପର୍କ ନଥିଲା ବୋଲି ପଡ଼ୋଶୀମାନେ କହିଛନ୍ତି। ଅଭିନବ ଓ ଶ୍ୱେତା ୨୦୧୩ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ୨୦୧୬ ମସିହାରେ ଏକ ଶିଶୁ ପୁତ୍ର ହୋଇଥିଲା। ପୂର୍ବରୁ ଶ୍ୱେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ତାଙ୍କ ପୂର୍ବ ସଂପର୍କ ବି ଘରୋଇ ହିଂସାକୁ ଭିତ୍ତିକରି ଭାଙ୍ଗି ଯାଇଥିବା ସୂଚନା ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More