Only for Entertainment

ଅନେକ ଦିନ ପରେ ଏକାଠି ନଜର ଆସିଲେ ଏହି ଯୋଡି, ଦେଖନ୍ତୁ ଏହି ଜବରଦସ୍ତ ମ୍ୟୁଜିକ ଭିଡିଓ !

40

ଜି ମ୍ୟୁଜିକ ଏବଂ ଡିଜିଡାଲ ଡ୍ରିମ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଛି ଏକ ମନଛୁଆଁ ରୋମାଂଟିକ ଗୀତ ‘ତୁ ମୋ ଆଶିକ ଶ୍ରୀମାନ’ । ଏହି ରୋମାଂଟିକ ଗୀତରେ ଶୁଣିବାକୁ ମିଳିଛି ସ୍ୱୟମ ପାଢୀ ଏବଂ ଅସୀମା ପଣ୍ଡାଙ୍କ ମନଛୁଆଁ ଗାୟିକୀ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ଶାନ୍ତନୁ ନାୟକ । ଭିଡିଓରେ କୋରିଓଗ୍ରାଫି ଦେଇଛନ୍ତି ଅସିତ୍ । ଏଥିରେ ନାୟକ-ନାୟିକା ଭାବେ ଅନୀଶା ଏବଂ ଶିଭାଶିଷଙ୍କୁ ଦେଖିବାକୁ ମିଳିଛି । ଅନେକ ଦିନ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି ଏହି ଗୀତ ଜରିଆରେ ।

ଏଠାରେ ଆମେ କହି ରଖୁଛୁ ଯେ ସିଦ୍ଧାର୍ଥ ଟିଭି ପ୍ରଡକ୍ସନ ଗୀତ ‘ନିଶ୍ୱାସ ତୋ ବିନା ମୋର ଚାଲେନା’ରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ଏହି ଗୀତ ଲକ୍ଷ ଲକ୍ଷ ଦର୍ଶକ ପସନ୍ଦ ମଧ୍ୟ କରିଥିଲେ । ତେବେ ଏହି ଗୀତ ଲୋକଙ୍କ ହୃଦୟକୁ କେତେ ମାତ୍ରାରେ ଛୁଉଁଛି । ତାହା କେବଳ ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More