Only for Entertainment

‘ଶେର୍ ଶାହ’ର ସୁଟିଂ ଆରମ୍ଭ କଲେ ସିଦ୍ଧାର୍ଥ ମଲହୋତ୍ରା, ବିକ୍ରମ୍ ବତ୍ରାଙ୍କ ଭୂମିକାରେ ଆସିବେ ନଜର

google
40

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଆରମ୍ଭ କଲେ ନିଜ ଆଗାମୀ ଫିଲ୍ମ ‘ଶେର୍ ଶାହ’ର ସୁଟିଂ । ଫିଲ୍ମଟି କାରଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବା ଯବାନ୍ କ୍ୟାପଟେନ୍ ବିକ୍ରମ୍ ବତ୍ରାଙ୍କ ଜୀବନୀକୁ ନେଇ ଗତିଶୀଳ ହେବ । ଫିଲ୍ମଟିର ସୁଟିଂ ୪୦ ଦିନ ଧରି ହେବ । ଆଉ ଲେ, ଲଦାଖ ସମେତ କାରଗିଲରେ ଏହି ସିନେମାର ସୁଟିଂ କରାଯିବ । ଯାହାପାଇଁ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଆସନ୍ତା ସୋମବାର୍ ଜମ୍ମୁ – କାଶ୍ମୀର ପାଇଁ ଯାତ୍ରା କରିବେ ।

 

 

View this post on Instagram

 

When mother nature comes alive! #Shershaah ?

A post shared by Sidharth Malhotra (@sidmalhotra) on

ଫିଲ୍ମର ସୁଟିଂ ବୁଧବାର ଠାରୁ ଆରମ୍ଭ ହେବ । ତେବେ ରିପୋର୍ଟ ଅନୁସାରେ ଜମ୍ମୁ – କାଶ୍ମୀରରେ ଯେଭଳି ପରିସ୍ଥିତି ଲାଗି ରହିଛି, ସେଥିପାଇଁ ସିନେମାର ସୁଟିଂ ତାରିଖ ଘୁଂଚିପାରେ । ଫିଲ୍ମର ପ୍ରଯୋଜକ ସବିର୍ ବକ୍ସୱାଲା, ଏକ ୱେବ୍ସାଇଟକୁ ଏନେଇ ସୂଚନା ଦେଇଛନ୍ତି ।

ସିଦ୍ଧାର୍ଥଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କର ଫିଲ୍ମ ‘ଜବରିଆ ଯୋଡି’ ରିଲିଜ ହୋଇଛି । ଫିଲ୍ମରେ ତାଙ୍କ ଅପୋଜିଟରେ ପରିଣୀତି ଚୋପ୍ରା ମନଜର ଆସିଛନ୍ତି । ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିବା ସହିତ ବକ୍ସ ଅଫିସରେ ଏହା ଭଲ ବ୍ୟାବସାୟ କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More