Only for Entertainment

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ଗୀତ ‘ହଲଚଲ୍ ମନ’ !

42

ସିଦ୍ଧାର୍ଥ ମ୍ୟୁଜିକ୍ ଭେଟି ଦେଇଛି ଏକ ମନଛୁଆଁ ରୋମାଂଟିକ୍ ଗୀତ ‘ହଲଚଲ୍ ମନ’ । ମୁକ୍ତିଲାଭ କରିଥିବା ଏହି ଗୀତରେ ଶୁଣିବାକୁ ମିଳିଛି ସତ୍ୟଜିତ୍ ଓ ପ୍ରଜ୍ଞାଙ୍କ ଆକର୍ଷଣୀୟ ଗାୟିକି । ଯାହା ନିକଟରେ ୟୁଟୁବରେ ରିଲିଜ୍ ହୋଇଛି । ଗୀତରେ ନାୟକ ଭାବେ ନଜର ଆସିଛନ୍ତି ଅରବିନ୍ଦ ଏବଂ ତାଙ୍କ ବିକ୍ଷପରେ ନାୟିକା ଭାବେ ଜ୍ୟାକଲିନଙ୍କୁ ଦେଖିବାକୁ ମିଳିଛି ।

ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମଂଟୁ ଜେନା । ଭିନ୍ନ ଭିନ୍ନ ଆକର୍ଷଣୀୟ ଲୋକେସନରେ ଏହି ଗୀତର ସୁଟିଂ କରାଯାଇଛି । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାସ । ଗୀତରେ  ମନଛୁଆଁ ଲିରିକ୍ସ ଦେଇଛନ୍ତି ଅରୁଣ ମନ୍ତ୍ରୀ । ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନରରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More