Only for Entertainment

ଚାରି ମାସ ହେଲା ମିଳୁନାହାନ୍ତି ଏହି କମେଡିଆନ, ଫେସବୁକରେ ସାହାଯ୍ୟ ମାଗିଲେ ସାଙ୍ଗ

Latestly
0 53

‘ଦ କପିଲ ଶର୍ମା’ରେ ନଜର ଆସିଥିବା କମେଡିଆନ ସିଦ୍ଧାର୍ଥ ସାଗରଙ୍କର ଚାରି ମାସରୁ କୌଣସି ଖବର ମିଳୁନାହିଁ । ରିପୋର୍ଟ ଅନୁସାରେ ସିଦ୍ଧାର୍ଥ ଏବଂ ତାଙ୍କ ମାତା-ପିତାଙ୍କର ମଧ୍ୟ ଖପବର ମିଳୁନାହିଁ । ଶୁଣିବାକୁ ମିଳିଛି ଯେ ସିଦ୍ଧାର୍ଥ ଏବଂ ତାଙ୍କ ମା’ଙ୍କ  ମଧ୍ୟରେ ସମ୍ପର୍କ ଭଲ ନଥିଲା । ଏବଂ ସେ ସିଦ୍ଧାର୍ଥଙ୍କୁ ଘରେ ବନ୍ଦ କରି ରଖିଛନ୍ତି ।

sid_mos_032918111103

ସିର୍ଦ୍ଧାର୍ଥଙ୍କ ବିଷୟରେ କୌଣସି ସୂଚନା ନ ମିଳିବାରୁ ତାଙ୍କର ଏକ ବନ୍ଧବୀ ସୋମୀ ସକ୍ସେନା ନିଜ ଫେସବୁକ ଆକାଉଣ୍ଟରେ ମିସିଙ୍ଗ ହେବାରୁ ସୂଚନା ଦେଇଛନ୍ତି । ସେ ଲେଖିଥିଲେ, ‘ଆପଣମାନଙ୍କର ମନେଥିବା ସିଦ୍ଧାର୍ଥ ସାଗର ବା ସେଲ୍ଫି ମାଉସି ବା ନସୀର । ଏହି ବ୍ୟକ୍ତିଙ୍କର ୪ ମାସରୁ କୈଣସି ଖବର ମିଳୁନାହିଁ । ଶେଷଥର ପାଇଁ ତାଙ୍କୁ ୧୮ ନଭେମ୍ବର ୨୦୧୭ରେ ଦେଖିବାକୁ ମିଳିଥିଲା । କେହି ଜାଣିନାହାନ୍ତି ସେ କେଉଁଠି ଅଛନ୍ତି । ସେ ମୋର ଭଲ ବନ୍ଧୁ । ଦୟାକରି ତାଙ୍କୁ ଖୋଜିବା ପାଇଁ ପ୍ରୟସ କରନ୍ତୁ । ଏବଂ ଏହି ଖବରକୁ ଯେତେ ପାରିବେ ସେତେ ଖେଳେଇ ଦିଅନ୍ତୁ ।

ସ୍ପଟବୟକୁ ଦେଇଥିବା ଏକ ସାକ୍ଷାତକାରରେ ସୋମୀ  କହିଥିଲେ ‘ମୁଁ ସିଦ୍ଧାର୍ଥଙ୍କ ମାତା-ପିତାଙ୍କ ଉପରେ ଚାପ ପକାଇବାକୁ ଚାହୁଁଥିଲି । କାରଣ ତାଙ୍କ ମା’ ଯେପରି ମୋତେ ସିଦ୍ଧାର୍ଥଙ୍କ ସହିତ କଥା  ହେବା ପାଇଁ ଦେବେ । ସେଥିପାଇଁ ମୁଁ ଫେସବୁକର ସାହାରା ନେଇଥିଲି । କିନ୍ତୁ ଗତ ରାତିରେ ସିଦ୍ଧାର୍ଥ ମୋ ସହିତ କଥା ହୋଇଥିଲେ  ଏବଂ ସେ ଠିକ ଥିବା ମଧ୍ୟ କହିଥିଲେ ଏହା ସହିତ ଦୁଇ ଦିନ ମଧ୍ୟରେ ମୋତେ ସାକ୍ଷାତ କରିବେ ବୋଲି କହିଥିଲେ । ଏହାପରେ ମୁଁ ସେହି ପୋଷ୍ଟକୁ ଡିଲିଟ କରିଦେଇଥିଲି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More