Only for Entertainment

ଆଲିଆଙ୍କଠାରୁ ଅଲଗା ହେବାର ୨ ବର୍ଷ ପରେ ଆସିଲା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବୟାନ

52

 ୨୦୦୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ୩ କଳାକାର । ଅଭିନେତ୍ରୀ ଆଲିଆ ଭଟ୍ଟ, ଅଭିନେତା ବରୁଣ ଧଓ୍ଵନ ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଏହି ଫିଲ୍ମ ରିଲିଜ୍‌ ହେବା ପରେ ପରେ ଆଲିଆ ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ୪ ବର୍ଷ ସାଥିରେ ରହିବା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ସେ ସମୟରେ ଦୁହେଁ ନିଜ ନିଜର ବ୍ରେକ୍‌ଅପ୍‌କୁ ନେଇ କୌଣସି ପ୍ରତିକ୍ରିୟା ରଖି ନ ଥିଲେ । କିନ୍ତୁ ବ୍ରେକ୍‌ଅପ୍‌ର ଦୁଇ ବର୍ଷ ପରେ ଏବେ ସିଦ୍ଧାର୍ଥ ଆଲିଆଙ୍କ ସହ ବିଚ୍ଛେଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

DNA India

ସୂଚନା ମୁତାବକ, ସିଦ୍ଧାର୍ଥ ‘କଫି ଉଇଥ୍‌ କରଣ’ରେ ପହଞ୍ଚିଥିବା ବେଳେ କରଣଙ୍କ ଏକ ପ୍ରଶ୍ନର ଜବାବ ଦେବାକୁ ଯାଇ ସେ ଆଲିଆଙ୍କ ସହ ନିଜ ସଂପର୍କ ବିଷୟରେ କହିଥିଲେ । ସିଦ୍ଧାର୍ଥ କହିଥିଲେ,”ବ୍ରେକ୍‌ଅପ୍‌ ପରେ ଆମେ ଦୁହେଁ ଦେଖା ହୋଇ ନାହୁଁ । ଆମ ଦୁହିଁଙ୍କ ସଂପର୍କ ସାମାଜିକ ଥିଲା । କିନ୍ତୁ ମୋତେ ଲାଗୁ ନାହିଁ ଆମେ ଅଲଗା ହେବା ପରେ ଆମ ଦୁହିଁଙ୍କ ମଧ୍ୟରେ କୌଣସି ତିକ୍ତତା ଆସିଥିଲା । ମୁଁ ତାଙ୍କୁ ଡେଟ୍‌ କରିବା ବହୁତ ପୂର୍ବରୁ ଜାଣିଥିଲି। ଦୁଇ ଜଣ କ’ଣ ପାଇଁ ସାଥୀରେ ରହିବା ପାଇଁ ଚାହାନ୍ତି ନାହିଁ, ତା’ ପଛରେ ଅନେକ କାରଣ ରହିଥାଏ । ସେ ସମୟରେ ଅନେକ ସମସ୍ୟା ଥିଲା।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More