Only for Entertainment

ଛୋଟ ଭୂଲ ନେଇ ଯାଇପାରେ ଜୀବନ ଜାଣି ବି ସାଉଦିରେ ଲୋକ କରୁଛନ୍ତି ଏଭଳି ଷ୍ଟଂଟ !

aajtak
0 43

ସାଉଦି ଆରବର ଖୋଲା ସଡକ ବିପଜ୍ଜନକ ଷ୍ଟଂଟର ସ୍ଥାନ ହେବାରେ ଲାଗିଲାଣି । ଏଠାକାର ଯୁବକଙ୍କ ମଧ୍ୟରେ ‘ସାଇଡବ୍ୟାକ ସ୍କିଇଂଗ’ ଭଳି ଭୟାନକ ଷ୍ଟଂଟ ଅନେକ ଲୋକଙ୍କର ଲୋକପ୍ରିୟ ହୋଇଗଲାଣି ।ଏପରି ଲାଗୁଛି ଯେ ସାଉଦି ଆରବର ଗାଡି ଚାଳକ ୪ଟି ଚକରେ ଗାଡି ଚଳାଇ ବୋର ହୋଇଗଲେଣି ଏବଂ ଏହି କାରଣରୁ ହୁଏତ ଏଭଳି ଷ୍ଟଂଟର ଟ୍ରେଣ୍ଡ ଚାଲିଛି ‘ସାଇଡବ୍ୟାକ ସ୍କିଇଂଗ’ରେ ଡେୟାରଡେଭିଲ୍ସ ଦୁଇଟି ଚକରେ ଗାଡି ଚଳାଉଛନ୍ତି । ଗୋଟେ ସାଇଡ ହୋଇ ଗାଡି ଚଳାଇବା କଥା ଶୁଣି ଯଦି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ତେବେ ଏଠାରେ ଆମେ କହି ରଖୁଛୁ ଯେ ଗାଡିର ଦୁଇଟି ଚକରେ ଗାଡି ଚଳାଇବା ସହ ଏଥିରେ ଥିବା ଅନ୍ୟ ଲୋକ ମଧ୍ୟ ଭିନ୍ନ ଭିନ୍ନ ରୁପରେ ଷ୍ଟଂଟ କରୁଛନ୍ତି ଯାହା ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ ।

rts1n3r0-555_031318042319ଷ୍ଟଂଟ ପରିବେଶଣ କରିୁଥିବା ଏକ ଗ୍ରୁପର ସଦସ୍ୟ ‘କ୍ୟାପଟେନ ଇମ୍ପସିବଲ’କହିଛନ୍ତି ଯେ, ଲୋକଙ୍କ ନଜରରେ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ କିନ୍ତୁ ଏହା ଭୟାନକ ନୁହେଁ । ଏହା ବିଲକୁଲ ସାମାନ୍ୟ ଅଟେ ଯେତେବେଳେ ପର୍ଯ୍ୟନ୍ତ ଗାଡିର ବେଗ କମ ଥାଏ । ଯଦି ୨୦,୩୦ କିମ୍ବା ୪୦କିମି ବେଗରେ ଗାଡି ଚଲାଯାଏ ଏବଂ ରାସ୍ତାର ସମସ୍ତ ନିୟମ ମାନନ୍ତି ତେବେ ଏଥିରେ କୌଣସି ବିପଦ ନଥାଏ ।
rts1n3rd-555_031318042319କାରର ଦୁଇଟି ଚକାରେ ଗାଡିକୁ ଉଠାଇ ଚଲାନ୍ତି ବୋଲି ସେ କହିଛନ୍ତି । ଏହାତାଙ୍କ ପାଇଁ ଏକ ସାଧାରଣ କଥା ଅଟେ । ସେ ଏହିଭଳି ଅନେକ ଆକ୍ରୋବାଟିକ ଷ୍ଟଂଟ କରନ୍ତି ଯେପରି ଗାଡି ଚାଳନା ସମୟରେ ଟାୟର କାଢିବା ଏବଂ ଦୁଇଟି ଚକାରେ ଗାଡି ଚାଳନା ସମୟରେ ଗାଡିରୁ ଡେଇଁ ପଡିବା ଭଳି ଷ୍ଟଂଟ କରନ୍ତି ବୋଲି ସେ କହିଛନ୍ତି ।
ଏହାପୂର୍ବରୁ ଡେନମାର୍କରେ ଏଭଳି ଷ୍ଟଂଟ ୧୯୬୪ରେ ଦେଖିବାକୁ ମିଳିଥିଲା । ନାଇଯ ରାଇଡର, ଦ ଡ୍ୟୁକ୍ସ ଅଫ ହାଜର୍ଡ ସମେତ ଅନେକ ଫିଲ୍ମରେ ଏଭଳି ଷ୍ଟଂଟ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More