Only for Entertainment

ଅନୁରାଗ କଶ୍ୟପଙ୍କ ଫିଲ୍ମକୁ ସିଦ୍ଧାର୍ଥଙ୍କ ନା ।

DNA India
0 35

ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ଏକ ନୂଆ ଫିଲ୍ମ ସାଇନ କରିଥିବା ଖବର ପ୍ରାୟ ସମସ୍ତଙ୍କୁ ଜଣାଥିବ । କିନ୍ତୁ ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ସିଦ୍ଧାର୍ଥ ଏହି ଫିଲ୍ମରେରେ କାମ କରିବା ପାଇଁ ଏବେ ମନା କରିଦେଇଛନ୍ତି । ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଫିଲ୍ମରେ ପ୍ରଥମ କରି ନଜର ଆସିଥାନ୍ତେ ଏହି ଯୋଡି । କିନ୍ତୁ ସିଦ୍ଧାର୍ଥ ମନା କରିବା କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଜଣା ପଡିନଥିଲେ ମଧ୍ୟ ଫିଲ୍ମରେ ନୂଆ ନାୟକ ଖୋଜା ଚାଲିଛି ।

ଅନୁରାଗଙ୍କ ଏହି ଫିଲ୍ମରେ ରୋମାଣ୍ଟିକ-କମେଡ଼ି ଷ୍ଟୋରୀ ଦେଖିବାକୁ ପାଇବେ ଦର୍ଶକ । ତେବେ ସିଦ୍ଧାର୍ଥ-ତାପସୀଙ୍କ ଯୋଡିକୁ ଦେଖିବା ପାଇଁ ହେଲେ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ଏପଟେ ସିଦ୍ଧାର୍ଥ ପୂର୍ବରୁ ଅଭିନୀତ ଫିଲ୍ମ ‘ହସି ତ ଫସି’ର ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଫିଲ୍ମ ‘ଜବରିୟା ଯୋଡି’ର ସୁଟିଂ କାମରେ ବ୍ୟସ୍ତ ଅଛନ୍ତି । ଏକତା କପୁର ଓ ଶୋଭା କପୁରଙ୍କ ମିଳିତ ପ୍ରଯୋଜନାରେ ପ୍ରଶାନ୍ତ ସିଂ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବାକୁ ଥିବାବେଳେ ଫିଲ୍ମରେ ଉଭୟ ସିଦ୍ଧାର୍ଥ-ପରିଣୀତିଙ୍କୁ ଗାଉଁଲି ଭୂମିକାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More