Only for Entertainment

ପୂଜା ପାଠରେ କାହିଁକି ରହିଛି ଶ୍ରୀଯନ୍ତ୍ରର ମହତ୍ତ୍ୱ । ଜାଣନ୍ତୁ ସ୍ଥାପନ କରିବାର ବିଧି ।

jansatta
60

ଶ୍ରୀଯନ୍ତ୍ରକୁ ମା ଲକ୍ଷ୍ମୀଙ୍କ ଯନ୍ତ୍ର ବୋଲି କୁହାଯାଏ । ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଶ୍ରୀଯନ୍ତ୍ରକୁ ପୂଜା କରାଯାଏ ବୋଲି ମାନ୍ୟତା ରହିଛି । ଧର୍ମ ଶାସ୍ତ୍ର ଅନୁସାରେ ସ୍ଫଟିକର ଶ୍ରୀଯନ୍ତ୍ର ପୂଜା କରିବା ଦ୍ୱାରା ଉତ୍ତମ ହୋଇଥାଏ । ଶ୍ରୀ ଅର୍ଥ ଧନ ଏବଂ ଯନ୍ତ୍ର ଅର୍ଥ ସାଧନା । ଅର୍ଥାତ ଧନ ପ୍ରାପ୍ତ କରିବା ପାଇଁ ଏହା ଏକ ସାଧନା । କୁହାଯାଏ ଏହାକୁ ବିଧି ପୂର୍ବକ ପୂଜା କରି ଅଫିସ ବା ଘରେ ସ୍ଥାପନ କରିବା ଦ୍ୱାରା ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

ଶ୍ରୀଯନ୍ତ୍ରକୁ ଶୁକ୍ରବାର ଦିନ ସ୍ଥାପନ କରିବା ଶୁଭ ହୋଇଥାଏ । ସେହି ଦିନ ଏହାକୁ ପରିଷ୍କାର ଜଳରେ ଧୋଇ ପଂଚାମୃତ ଏବଂ ଗଙ୍ଗାଜଳରେ ସ୍ନାନ କରାଇ ଏକ ହଳଦିଆ କପଡ଼ାରେ ବାନ୍ଧି ପୂଜା ସ୍ଥଳରେ ରଖନ୍ତୁ । ଏହାପରେ କଂଚା ହଳଦୀ ଏବଂ ଫୁଲକୁ ଶ୍ରୀଯନ୍ତ୍ର ଉପରେ ଚଢାନ୍ତୁ । ଏହାପରେ ଅଷ୍ଟଗନ୍ଧ ଟିକା ଲଗାନ୍ତୁ । ଶୁଦ୍ଧ ଘିଅରେ ଦୀପ ଲଗାଇ ଶ୍ରୀସୁକ୍ତ ପାଠ କରନ୍ତୁ । ପ୍ରତ୍ୟେକ ଶୁକ୍ରବାରକୁ ଶ୍ରୀଯନ୍ତ୍ର ପୂଜା କରିବା ଉଚିତ । ତେବେ ଶୁଭ ସମୟରେ ଏହାକୁ ସ୍ଥାପନ କରି ପ୍ରତିଦିନ ପୂଜା କରିବା ଉଚିତ । କୁହାଯାଏ ସମସ୍ତ ନକରାତ୍ମକ ପ୍ରଭାବ ଦୂର କରିବାର ଏହା ଏକ ପ୍ରମୁଖ ମାଧ୍ୟମ ।

ପ୍ରଥମେ ପରିଷ୍କାର ଜଳରେ ସ୍ନାନ ସାରି ପୂର୍ବ କିମ୍ବା ଉତ୍ତର ପାଶ୍ୱର୍କୁ ମୁହଁ କରି ବସିବା ଉଚିତ । ଏହାପରେ ବିଧି ପୂର୍ବକ ପୂଜା କରିବା ଉଚିତ । ତେବେ ଶ୍ରୀସୁକ୍ତ,କନକଧାରା କିମ୍ବା ଦୂର୍ଗା ସପ୍ତସତୀ ଗାନ କରିବା ଉଚିତ । ଏହି ମନ୍ତ୍ରର ୨୧ ମାଳ ଜପ କରିବା ଉଚିତ । ଓମ ଶ୍ରୀଂ ହ୍ରିଂ ଶ୍ରୀଂ ନମ୍, ଓମ ଶ୍ରୀଂ ହ୍ରିଂ ଶ୍ରୀଂ କମଳେ କମଳାଳୟେ ପ୍ରସୀଦ ପ୍ରସୀଦ ଶ୍ରୀଂ ହ୍ରିଂ ଶ୍ରୀଂ ଓମ୍ ମହାଲକ୍ଷେ୍ମ୍÷ ନମ୍,ଏହା ଶ୍ରୀଯନ୍ତ୍ରର ମୂଳମନ୍ତ୍ର । କୌଣସି ସିଦ୍ଧି ପାଇଁ ଏହି ମନ୍ତ୍ରକୁ ପ୍ରତିଦିନ ଜପ କରିପାରିବେ । ଶ୍ରୀ ଯନ୍ତ୍ର ସାମ୍ନାରେ ଘିଅ ଜଳାଇ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More