Only for Entertainment

ନୋଟିସ କରନ୍ତୁ ଏହି ଜିନିଷ, ବୁଝିପାରିବେ ଆପଣଙ୍କ ପାର୍ଟନର କେତେ ସ୍ୱାର୍ଥପର ।

jansatta
53

ଅଧିକାଂଶ ବ୍ୟକ୍ତି ଯେଉଁମାନେ ହୃଦୟରୁ ଭଲ ହୋଇଥାନ୍ତି ବୁଝିପାରନ୍ତି ନାହିଁଯେ କେହି ତାଙ୍କ ଭାବନାର ଫାଇଦା ଉଠାଉଛନ୍ତି । ଏଭଳି ଅଧିକାଂଶ ଅଛନ୍ତି ଯେଉଁମାନେ ବାରମ୍ବାର ଅନ୍ୟର ଭାବନାକୁ କଷ୍ଟ ପହଂଚାଇବାକୁ ପଛଘୁଂଚା ଦିଅନ୍ତି ନାହିଁ । ତେବେ ଏଭଳି କିଛି ସଙ୍କେତ ଅଛି ଯେଉଁଥିରୁ ଆପଣ ଏହି କଥାକୁ ଖୁବଶୀଘ୍ର ବୁଝିପାରିବେଯେ ଆପଣଙ୍କ ପାର୍ଟନର କେତେ ସ୍ୱାର୍ଥପର ।

ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ କୌଣସି ନିଷ୍ପତ୍ତି ନେବାକୁ ଦେଉନାହିଁ ତେବେ ବୁଝିନେବେଯେ ସେ ଆପଣଙ୍କ ଫାଇଦା ଉଠାଯାଉଛି । ଏଭଳି ବହୁତ ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ବ୍ୟବହାର କରିବା ପୂର୍ବରୁ ଥରେ ମାତ୍ର ଭାବନ୍ତି ନାହିଁ । ସେମାନେ ବୁଝନ୍ତି ନାହିଁଯେ ଏଥିପାଇଁ କାହାକୁ କଷ୍ଟ ହୋଇପାରେ । ଏହି ସଙ୍କେତରୁ ଜାଣିହେବଯେ ସେ ଆପଣଙ୍କୁ ସମ୍ମାନ ଦେଉନାହିଁ । ଯଦି ଆପଣ ସେହିଭଳି କିଛି ସଙ୍କେତ ଦେଖୁଛନ୍ତି ତେବେ ଆପଣ ଏହି କଥାକୁ ଗ୍ରହଣ କରନ୍ତୁ ଯେ ଆପଣଙ୍କ ପାର୍ଟନର ସ୍ୱାର୍ଥପର । ଏହିଭଳି ସଂପର୍କରୁ ନିଜେ ବାହାରି ଆସନ୍ତୁ ।

ସ୍ୱମ୍ବଦ୍ଧ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି କୌଣସି ସଂପର୍କରେ ଜଣେ ଅନ୍ୟ ଜଣକୁ ଅବମାନନା କରେ ତେବେ ସେହି ସଂପର୍କରେ ବିଫଳତା ମିଳିଥାଏ । ଏହା କୌଣସି ପ୍ରକାରର ହୋଇପାରେ । ଯେପରିକି ତା ଅସ୍ଥିତ୍ୱର ଅବମାନନା ବା ନକରାତ୍ମକ ନିର୍ଣ୍ଣୟ । ଆପଣଙ୍କ ପାର୍ଟନର ଦ୍ୱାରା କରାଯାଇଥିବା କଥାବାର୍ତ୍ତା ଆପଣଙ୍କୁ ନକରାତ୍ମକ ମୋଡ଼ରେ ଛିଡ଼ା କରିଦେଇଥାଏ ।

ଯଦି କୌଣସି ବ୍ୟକ୍ତି ସଂପର୍କରେ ଥାଇ ମଧ୍ୟ ଅନ୍ୟ କାହା ସହିତ ଫ୍ଲର୍ଟ କରୁଥିଲେ ଏହାର ସିଧା ଅର୍ଥ ହେଉଛିଯେ ସେ ଆପଣଙ୍କୁ ମଧ୍ୟ ଧୋକା ଦେଉଛି । ଆପଣଙ୍କ ସହିତ ବିତାଇବାକୁ ଥିବା ସମୟକୁ ସେମାନେ ଏହିଭଳି ବ୍ୟୟ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More