Only for Entertainment

ଜାଣନ୍ତୁ ଘରେ ରୂପାର ହାତୀ ରଖିଲେ କ’ଣ ହୋଇଥାଏ ।

Daily Bhaskar
39

ଘରେ ଯଦି କୌଣସି ପ୍ରକାରର ମସସ୍ୟା ହେଉଥାଏ ତେବେ ତାହା ବାସ୍ତୁ କାରଣରୁ ହେଉଛି ବୋଲି କୁହାଯାଏ,ତେଣୁ ତାହାର ପ୍ରତିକାର ମଧ୍ୟ କରାଯାଏ । କିନ୍ତୁ ସେଥିପ୍ରତି ବିଭିନ୍ନ ଦିଗକୁ ଦୃଷ୍ଟି ନିକ୍ଷେପ କରିବାକୁ ପଡ଼ିଥାଏ । ତେବେ ସେହିଭଳି ଏକ ବାସ୍ତୁ କଥା ରହିଛି ରୂପାର ହାତୀକୁ ନେଇ,ଚାଲନ୍ତୁ ତାହା ଜାଣିବା ।

ଘରେ ରୀତିମତ କଳିଝଗଡ଼ା ହେଉଥିଲେ କିମ୍ବା ଅକାରଣରେ ଅଶାନ୍ତି ହେଉଥିଲେ, ଚାନ୍ଦିର ହାତୀ ରଖିବା ଖୁବ୍ ଲାଭକରୀ ହୋଇଥାଏ। ଘର ପରିବେଶରୁ ନକାରାତ୍ମକ ଶକ୍ତି ଦୂର କରିବାରେ ଏହି ଚାନ୍ଦିର ହାତୀ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଏ।

ଘ‌‌ରେ କିମ୍ବା ନିଜ କାର୍ୟ୍ୟାଳୟରେ ଏହା ରଖିଲେ, ମା’ ଲକ୍ଷ୍ମୀଙ୍କର କୃପା ଅନୁଭୂତ ହୋଇଥାଏ ବୋଲି ବାସ୍ତୁବିତଙ୍କ ମତ।

ଉତ୍ତର ଦିଗରେ ଏହି ହାତୀ ରଖିବା ଖୁବ୍ ଲାଭପ୍ରଦ ହେଉଥିବାର ପ୍ରକାଶ।

ଟଙ୍କା-ପଇସାର ଅଭାବ ଉପୁଜୁଥିଲେ ଚାନ୍ଦିର ହାତୀକୁ ଲାଲ କପଡ଼ାରେ ବାନ୍ଧି ଆଲମାରିରେ ରଖିବା ଉଚିତ। କିଛିଦିନ ମଧ୍ୟରେ ଏହାର ଉତ୍ତମ ଫଳ ନିଜେ ଜାଣିପାରିବେ।

ସ୍ବାମୀ-ସ୍ତ୍ରୀଙ୍କର କଳିଝଗଡ଼ା ହେଉଥିଲେ ଶୟନକକ୍ଷର ଉତ୍ତର ଦିଗରେ ଚାନ୍ଦିର ହାତୀ ରଖିବା ଉଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More