Only for Entertainment

‘ସିମ୍ବା’ ଫିଲ୍ମରେ ଏହି ଦୁଇ କଳାକାରଙ୍କର ଦେଖିବାକୁ ମିଳିବ ରୋମାନ୍ସ ! ରଣବୀର କଲେ ସୁପାରିଶ ।

bollywoodbubble
0 36

ରଣବୀରଙ୍କୁ ନେଇ ଚର୍ଚ୍ଚାରେ ଥିବା ଫିଲ୍ମ ‘ସିମ୍ବା’ପାଇଁ ଅଭିନେତ୍ରୀଙ୍କ ତଲାସ ଲାଗି ରହିଥିବା ବେଳେ ଲାଗୁଛି ଏହି ସନ୍ଧାନ ଦୀପିକାଙ୍କ ପାଖରେ ଶେଷ ହେବ । ଏ କଥା ଆମେ କହୁ ନାହୁଁ ବରଂ ବିଶେଷ ସୂତ୍ରରୁ ପ୍ରକାଶ ଯେ ରଣବୀର ନିଜେ ନିର୍ଦ୍ଧେଶକ ରୋହିତ ସେଟ୍ଟୀଙ୍କ ପାଖେ ସିଫାରିଶ କରିଛନ୍ତି । ଏହାପୂର୍ବରୁ ରିପୋର୍ଟ ଆସିଥିଲା ଯେ ଇଂଟରନେଟ ସେନସେସନ ପ୍ରିୟା ପ୍ରକାଶ ଏହି ଫିଲ୍ମରେ ନଜର ଆସି ପାରନ୍ତି । ମାତ୍ର ବର୍ତ୍ତମାନ ଦୀପିକାଙ୍କ ନା’ ଶୁଣିବାକୁ ମିଳିଛି । ଯଦି ଏହା ସତ ହୁଏ ତେବେ ପ୍ରିୟାଙ୍କୁ ବଲିଉଡ ଜଗତରେ ପାଦ ଦେବା ଲାଗି ଆହୁରି ସମୟ ଲାଗିବ ।

ଧର୍ମା ପ୍ରଡକ୍ସନ ସହ ଯୋଡି ହୋଇ ରହିଥିବା ଏକ ବିଶ୍ୱସନୀୟ ସୂତ୍ରରୁ ପ୍ରକାଶ ଯେ ରଣବୀର ଦୀପିକାଙ୍କ ପାଇଁ ସିଫାରିଶ କରିଛନ୍ତି । ଘଟଣା ଯାହା ହେଉଁ ନା କାହିଁକି ରଣବୀର ଦୀପିକାଙ୍କ ସହ ରହିବା କଣ ନକରୁଛନ୍ତି । ପଦ୍ମାବତରେ ଏହି ଦୁଇ କଳାକାର କେବଳ ନା’କୁ ମାତ୍ର ରହିଥିଲେ । ଦୁହେଁ ଏକା ସାଙ୍ଗେ ସ୍କ୍ରିନ ସେୟାର କରି ନଥିଲେ । ଏହି କାରଣରୁ ସେ ଦୀପିକାଙ୍କ ସହ କାମ କରିବାକୁ ଚାହୁଛନ୍ତି ।

ଅପ୍ରେଲ ଠାରୁ ରଣବୀର ସିଂ ଚର୍ଚ୍ଚିତ ଫିଲ୍ମର ଅଭ୍ୟାସ ଆରମ୍ଭ କରିବେ । ବର୍ତ୍ତମାନ ରଣବୀର ଜୋୟା ଅଖତରଙ୍କ ଗଲି ବୟ ସୁଟିଂ ଶେଷ କରିବା ଲାଗି ବ୍ୟସ୍ତ ଅଛନ୍ତି ।

With the Bossman @itsrohitshetty ??? #bigone #simmba

A post shared by Ranveer Singh (@ranveersingh) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More