Only for Entertainment

ରକ୍ଷା ବନ୍ଧନରେ ରିଲିଜ ହେଲା ‘ସିମ୍ବା’ର ମୋସନ ପୋଷ୍ଟର, ନାରୀ ଶକ୍ତି ସହିତ ନଜର ଆସିଲେ ରଣବୀର ସିଂ ।

AajTak
0 23

ବଲିଉଡ ଅଭିନେତା ରଣବୀର ସିଂଙ୍କ ଆଗାମୀ ଆକ୍ସନ ଥ୍ରିଲର ଫିଲ୍ମ ‘ସିମ୍ବା’ର ମୋସନ ପୋଷ୍ଟର ରିଲିଜ କରାଯାଇଛି । କିନ୍ତୁ ଏହି ପୋଷ୍ଟରେ ମ୍ୟୁଜିକ କିମ୍ବା ସାଉଣ୍ଡ ଇଫେକ୍ଟର ବ୍ୟବହାର କରାଯାଇନାହିଁ । ଏହା ପରେ ମଧ୍ୟ ପୋଷ୍ଟର ଖୁବ ଦମଦାର ରହିଛି । ଏହା ପଛର କାରଣ ହେଉଛି ରଣବୀର ସିଂଙ୍କ ୟୁନିକ ଅନ୍ଦାଜ । ରଣବୀର ନିଜ ୟୁନିକ ଅନ୍ଦାଜରେ ଦର୍ଶକଙ୍କ ହୃଦୟକୁ ଜିତି ନେଇଛନ୍ତି । ପୋଷ୍ଟରେ ରଣବୀର ମହିଳାମାନଙ୍କ ସହିତ ନଜର ଆସିଛନ୍ତି ।

ପୋଷ୍ଟରରେ ରଣବୀର ନିଜ ପୁଲିସ ଭ୍ୟାନ ଉପରେ ବସିଛନ୍ତି ଏବଂ ତାଙ୍କ ଚାରିପାଖରେ ମହିଳାମାନେ କମଳା ରଙ୍ଗର ପୋଷାକ ପିନ୍ଧି ବାଇକରେ ଆସୁଥିବାର ଦେଖିବାକୁ ମିଳିଛି । ପୋଷ୍ଟରରେ ରଣବୀରଙ୍କୁ ଲୁକ ଖୁବ ଆକର୍ଷଣୀୟ ରହିଛି । ରଣବୀର ସିଂ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟରକୁ ସେୟାର କରିଥିଲେ । ଏହାର କ୍ୟାପସନରେ ସେ ଲେଖିଥିଲେ ‘ଏହି ଡିସେମ୍ବର…ନାରୀ ଶକ୍ତି…ରେହିତ ଶେଟ୍ଟୀଙ୍କ ଅନ୍ଦାଜରେ ।’

କହିରଖୁଛୁ ଯେ ରଣବୀରଙ୍କ ‘ସିମ୍ବା’ ଏକ ଆକ୍ସନ କମେଡି ଫିଲ୍ମ । ଫିଲ୍ମ ୨୮ ଡିସେମ୍ବରରେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶନା ରୋହିତ ଶେଟ୍ଟୀ ଦେଉଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କରଣ ଜୋହର । ‘ସିମ୍ବା’ର ଫିମେଲ ଲିଡରେ ନଜର ଆସିବେ ସାରା ଅଲୀ ଖାନ । ଏହି ଫିଲ୍ମ ୨୦୧୫ରେ ରିଲିଜ ହୋଇଥିବା ସୁପରହିଟ ତେଲଗୁ ଫିଲ୍ମ ‘ଟେମ୍ପର’ର ଅଫିସିଆଲ ହିନ୍ଦୀ ରିମେକ । ‘ଟେମ୍ପର’ରେ ମୁଖ୍ୟ ଭୂମିକାରେ ଜୁନିଅର ଏନଟିଆର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More