Only for Entertainment

ଦିଶା ପଟାନୀଙ୍କୁ ବାହାରର ରାସ୍ତା ଦେଖାଇଲେ ସାରା ଅଲ୍ଲୀ ଖାନ, ବିରାଟ କୋହଲିଙ୍କ ସହ ମିଶି କରିବେ ଏହି ବ୍ରାଣ୍ଡର ପ୍ରମୋଟ

NewsX
53

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବେ ସଫଳତାର ପଥରେ । ୨୦୧୮ରେ କେଦାରନାଥ ଏବଂ ସିମ୍ବା ପରି ସଫଳ ଫିଲ୍ମ ସହିତ ସେ ବକ୍ସ ଅଫିସରେ ଧମାଲ ସୃଷ୍ଟି କରିଥିଲେ । ଏହା ପରେ ଏବେ ସେ କାର୍ତ୍ତିକ ଆରନ୍ୟଙ୍କ ସହିତ ଇମ୍ପତିଆଜ ଅଲ୍ଲୀଙ୍କ ଆଗାମୀ ଫିଲ୍ମ ‘ଲଭ ଆଜ କଲ ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ପିଲ୍ମର ପ୍ରଥମ ସିଡ୍ୟୁଲ ପୂରା ହୋଇସାରିଥିବା ବେଳେ ଖୁବ ଶୀଘ୍ର ଏହାର ଦ୍ୱିତୀୟ ସିଡ୍ୟୁଲ ଆରମ୍ଭ ହେବ । ଇତି ମଧ୍ୟରେ ସାରାଙ୍କୁ ନେଇ ଏକ ତାଜା ଖବର ସାମ୍ନାକୁ ଆସିଛି ।

Sara-Virat-Disha_

ଖବର ଅନୁସାରେ ସାରା ଅଭିନେତ୍ରୀ ଦିଶା ପଟାନୀଙ୍କ ହାତକୁ ଏକ ବଡ ବିଜ୍ଞାପନ ପ୍ରୋଜେକ୍ଟ ଛଡାଇନେଇଛନ୍ତି । ନିକଟରେ ସାରା ଏକ ବ୍ରାଣ୍ଡକୁ ସାଇନ କରିଛନ୍ତି ଯାହାକୁ ଦିଶା ପଟାନୀ ପ୍ରମୋଟ କରୁଥିଲେ । ମିଡିଆ ରିପୋର୍ଟ ଅନୁସାରେ ପ୍ୟୁମା ଏବଂ ଦିଶା ମିଳିତ ଭାବେ ନିର୍ଣ୍ଣୟ ନେଇଛନ୍ତି ଯେ ଦୁହିଁଙ୍କ ମଧ୍ୟରେ ଥିବା କଣ୍ଟ୍ରାକ୍ଟକୁ ଆଗକୁ ନ ବଢାଇବା ପାଇଁ । ସେଥିପାଇଁ କମ୍ପାନୀ ଏକ ନୂଆ ଚେହେରା ଖୋଜୁଛନ୍ତି । କମ୍ପାନୀକୁ ଲାଗୁଛି ସାରା ଏହି ବ୍ରାଣ୍ଡ ପାଇଁ ଏକଦମ ପରଫେକ୍ଟ ରହିବେ ।

ସାରାଙ୍କୁ ନଜରରେ ରଖି କମ୍ପାନୀ ଏବେ ଆଡ୍ କୁ ଡିଜାଇନ କରୁଛନ୍ତି । ଯଦି ସବୁ କିଛି ଠିକ ରୁହେ ତେବେ ସାରା ବିରାଟ କୋହଲିଙ୍କ ସହିତ ଆଡ ସୁଟ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More