Only for Entertainment

ଟଙ୍କା ଥାଉ ନ ଥାଉ ସେନ୍ସ ଅଫ ହ୍ୟୁମର ଥିବା ପାର୍ଟନର ଚାହାଁନ୍ତି ସାରା !

33

ସାରାଙ୍କର ଏବେ କେବଳ ବଲିଉଡରେ ଗୋଟିଏ ଫିଲ୍ମ ରିଲିଜ ହୋଇଛି, ମାତ୍ର ସେ ତାଙ୍କ ଅନ୍ଦାଜ ପାଇଁ ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ସେ ତାଙ୍କର ଅନ୍ଦାଜ ଏବଂ ସେନ୍ସ ଅଫ ହ୍ୟୁମର ପାଇଁ ସମସ୍ତଙ୍କୁ ଦିୱାନା କରି ଦେଇଛନ୍ତି । ଏମିତିବି ସାରାଙ୍କୁ ଇମ୍ପ୍ରେସ କରିବା ଏତେ ସହଜ ନୁହେଁ । ଯଦି କେହି ସାରାଙ୍କୁ ଡେଟ କରିବା ପାଇଁ ଚାହାନ୍ତି , ତେବେ ତାଙ୍କ ମଧ୍ୟରେ ଏହି ସବୁ ଗୁଣ ରହିବା ନିହାତି ଆବଶ୍ୟକ ।
ସାରା ନିକଟରେ ତାଙ୍କ ରାଜକୁମାର କିଭଳି ହେବା ଉଚିତ କହିଛନ୍ତି । ସାରା ଚାହାନ୍ତି ଯେ କେହି ବି ତାଙ୍କର ସାଥୀ ହୁଅନ୍ତୁ ତାଙ୍କର ଜବରଦସ୍ତ ସେନ୍ସ ଅଫ ହ୍ୟୁମର ହେବା ଆବଶ୍ୟକ । ତାଙ୍କ ସାଥୀ ପାଖରେ ଟଙ୍କା ନହେଲେ ଚଳିବ ମାତ୍ର ଏହି କ୍ୱାଲିଟି ଥିବା ଆବଶ୍ୟକ । ମାତ୍ର ସାରାଙ୍କ ବାପା ଚାହାନ୍ତି ଯେ ସାରା ଯାହାକୁ ବି ଡେଟ କରନ୍ତୁ ତାଙ୍କ ପାଖରେ ଖୁବ ଟଙ୍କା ଥାଉ ।
ଏହାବ୍ୟତୀତ ସେହି ପିଲା ସାରାଙ୍କ କଥା ଶୁଣିବା ଜରୁରୀ ଏବଂ ତାଙ୍କ ସହ ସମସ୍ତ କଥା ଶେୟାର କରିବା ଏବଂ ଚର୍ଚ୍ଚା କରିବା ଆବଶ୍ୟକ । ଏହାପରେ ସାରା କହିଥିଲେ ଯେ ଏବେ ସିଙ୍ଗଲ ଅଛନ୍ତ ଏବଂ ଏବେ ପର୍ଯ୍ୟନ୍ତ କାହାକୁ ଡେଟ କରି ନାହାନ୍ତି । ଏହାପରେ ତାଙ୍କୁ ପଚରା ଯାଇଥିଲା ଯେ ତାଙ୍କୁ କ୍ଲିନ ସେଭ ପୁଅ ପସନ୍ଦ କି ଦାଢି ବାଲା ପସନ୍ଦ । ଏଥିରେ ସେ ଉତ୍ତର ଦେଇଥିଲେ ଯେ ତାଙ୍କୁ ନିଶ ଥିବା ପୁଅ ଖୁବ ପସନ୍ଦ ।
ଏଠାରେ ଆମେ ସାରାଙ୍କ ଫିଲ୍ମ ବିଷୟରେ କହିବାକୁ ନିିକଟରେ ଆଉ ଏକ ଫିଲ୍ମ ସିମ୍ବା ରିଲିିିଜ ହେବାକୁ ଯାଉଛି । ଯେଉଁଥିରେ ସାରାଙ୍କ ସହ ନଜର ଆସିବେ ରଣବିର ସିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More