Only for Entertainment

ସିମ୍ବାରେ ରଣବୀର କରିଛନ୍ତି ଦମଦାର ଅଭିନୟ ।

indianexpress
25

ରଣବୀର ଏବଂ ସାରା ଅଲି ଖାନ ଷ୍ଟାରର ଫିଲ୍ମ ସିମ୍ବା ଆଜି ରିଳିଜ ହୋଇ ସାରିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ । ଫିଲ୍ମର ପ୍ରଥମ ରିଭ୍ୟୁ ସାମ୍ନାକୁ ଆସି ସାରିଛି ।

ଗଲ୍ଫ ନ୍ୟୁଜ ଫିଲ୍ମକୁ ୨.୫ ଷ୍ଟାର ରେଟିଂ ଦେଇଛନ୍ତି । ଏହା ସହିତ ରଣବୀର ସିଂଙ୍କ ଅଭିନୟକୁ ଖୁବ ପସନ୍ଦ କରାଯାଇଛି । ରେଟିଂ ଅନୁସାରେ ରଣବୀର ଫିଲ୍ମରେ ଖୁବ ଭଲ ଅଭିନୟ କରିଛନ୍ତି । ମସଲା ଡଟ କମ ନାମ ୱେବସାଇଟ ଫିଲ୍ମକୁ ୧.୫ ଷ୍ଟାର ଦେଇଛନ୍ତି ।ଖଲିଜ ଟାଇମ୍ସ ଫିଲ୍ମକୁ ୪ ଷ୍ଟାର ଦେଇଛନ୍ତି । ସେ ମଧ୍ୟ ରଣବୀରଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଫିଲ୍ମରେ ରୋମାନ୍ସ ଠାରୁ ଆରମ୍ଭ କରି ଆକ୍ସନ ଏବଂ କମେଡ଼ି ପର୍ଯ୍ୟନ୍ତ ସମସ୍ତ ତଡ଼କା ଦେଖିବାକୁ ମିଳିଛି । ଏଥିରେ ଅଜୟ ଦେବଗନଙ୍କ ଅଭିନୟ ମଧ୍ୟ ପ୍ରଭାବ ନିହାତି ପକାଇବ । ଏହା ସହିତ ଅକ୍ଷୟ କୁମାରଙ୍କୁ ସରପ୍ରାଇଜ କ୍ୟାମିଓ ମଧ୍ୟ ରହିଛି । ସାରାଙ୍କ ପ୍ରଦର୍ଶନ ମଧ୍ୟ ଖୁବ ଭଲ ରହିଛି ।

କହିରଖୁଛୁଯେ ରୋହିତ ସେଟ୍ଟୀଙ୍କ ପ୍ରତ୍ୟେକ ଫିଲ୍ମ ବ୍ଲକବଷ୍ଟର । ରଣବୀରଙ୍କ ସହିତ ଏହା ତାଙ୍କର ତୃତୀୟ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More