Only for Entertainment

ସିମ୍ବାର ସୁଟିଂ ସେଟରୁ ସାମ୍ନାକୁ ଆସିଲା ସାରା ଅଲ୍ଲୀ ଖାନଙ୍କ ଜବରଦସ୍ତ ଆକ୍ସନ ଷ୍ଟଣ୍ଟ, ଭାଇରାଲ ହେଉଛି ଫଟେ ।

The Asian Age
27

ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସିମ୍ବାର ସୁଟିଂ ସେଟରୁ ନିଆ ଯାଇଛି । ଏହି ଫଟୋରେ ସାରା ଅଲ୍ଲୀ ଖାନ ଆକ୍ସନ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଏଥିରୁ ଜଣାପଡୁଛି ଯେ, ଫିଲଲ୍ମରେ ସାରା ଅଲ୍ଲୀ ଖାନଙ୍କର କେବଳ ରୋମାନ୍ସ ନୁହେଁ ଆକ୍ସନ ମଧ୍ୟ ଦେଖିବାକୁ ମିଳିବ ।

କହିରଖୁଛୁ ଯେ, ସାରା ଖୋଦ ନିଜେ ଏହି ଫଟୋକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ କ୍ୟାପସନରେ ଲେଖିଥିଲେ, ‘ରୋହିତ ସେଟ୍ଟୀଙ୍କ ହିରୋଇନ…’

 

 

View this post on Instagram

 

रोहित शेट्टी की हीरोइन ?????? #simmba

A post shared by Sara Ali Khan (@saraalikhan95) on

କହିରଖୁଛୁ ଯେ, ଫିଲ୍ମରେ ସାରା ଅଭିନେତା ରଣବୀର ସିଂଙ୍କ ସହିତ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରୋହିତ ସେଟ୍ଟୀ । ନିକଟରେ ସାରାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ‘କେଦାରନାଥ’ର ଟ୍ରେଲର ରିଲିଜ ହୋଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

କେଦାରନାଥ ଏବଂ ସିମ୍ବା ପରେ ସାରା ଇମତିଆଜ ଅଲ୍ଲୀଙ୍କ ଫିଲ୍ମରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ସ୍କ୍ରିନ ସେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More