Only for Entertainment

ରଣବୀର ସିଂଙ୍କ ଚଟପଟା ଅନ୍ଦାଜ, ଦେଖନ୍ତୁ ସିମ୍ବାର ଆଉ ଏକ ଗୀତ ‘ଆଲା ରେ ଆଲା’ !

26

ବଲିଉଡର ବାଜିରାଓ ରଣବୀର ସିଂ ନିଜର ଅପକମିଂ ଫିଲ୍ମ ସିମ୍ବାକୁ ନେଇ ଦମଦାର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଦମଦାର ପୁଲିସ ଅନ୍ଦାଜରେ ଡିସେମ୍ବର ୨୮ତାରିଖରେ ପରଦାରେ ନଜର ଆସିବେ ବାଜିରାଓ । ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନଙ୍କ ଯୋଡିକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଭରି ରହିଛି । ତେବେ ନିକଟରେ ରିଲିଜ ହୋଇଥିବା ଟ୍ରେଲର ଏବଂ ଗୀତକୁ ଦର୍ଶକ ଖୁବ ପସନ୍ଦ କରିଥିବା ବେଳେ ଏବେ ଏହି ଫିଲ୍ମର ତୃତୀୟ ଗୀତ ରିଲିଜ ହୋଇଛି । ଗୀତ ‘ଆଲା ରେ ଆଲା’ ଆଜି ରିଲିଜ ହୋଇଛି । ଏହାପୂର୍ବରୁ ଆଙ୍ଖ ମାରେ , ଏବଂ ରୋମାଂଟିକ ନମ୍ବର ଗୀତ ତେରେ ବୀନ ସାମ୍ନାକୁ ଆସିଥିଲା । ଦୁଇଟି ଯାକ ଗୀତକୁ ଭଲ ରେସପନ୍ସ ମିଳିଥିଲା । ତେବେ ଏହା ଦେଖିବା ବାକି ରହିଲା ଏହି ଗୀତ ଦର୍ଶକଙ୍କୁ କେତେମାତ୍ରାରେ ପସନ୍ଦ ଆସୁଛି !

ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତରେ ରଣବୀରଙ୍କ ଡ୍ୟାନ୍ସ ଖୁବ ଅତରଙ୍ଗି ହୋଇଛି । ଗୀତଟିକୁ ଗାଇଛନ୍ତି ଦେବ ନେଗୀ ଏବଂ ଗୋଲ୍ଡି । ମ୍ୟୁଜିକ ଦେଇଛନ୍ତି ତନିଷ୍କ ବାଗଚୀ । ସେହିଭଳି ମ୍ୟୁଜିକ ଦେଇଛନ୍ତି ତନିଷ୍କ ବାଗଚୀ । ଲିରିକ୍ସ ଲେଖିଛନ୍ତି ଶବ୍ୱୀର ଅହମଦ । ଗୀତ ଏଭଳି ଦମଦାର ହୋଇଛି ଯେ କିଛି ଘଂଟା ମଧ୍ୟରେ ୟୁଟ୍ୟୁବରେ ଲକ୍ଷ ଲକ୍ଷ ରେସପନ୍ସ ମିଳିସାରିଲାଣି । ଦେଖନ୍ତୁ ଗୀତ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More