Only for Entertainment

ଚମକଦାର ଏବଂ ଗୋଲାପୀ ତ୍ୱଚା ପାଇଁ ମୁହଁରେ ଲଗାନ୍ତୁ ବିଟ ଫେସପ୍ୟାକ !

Food In 5 Minutes
26

ପ୍ରତ୍ୟେକ ମନୁଷ୍ୟ ନିଜର କେଶ ଏବଂ ଚେହେରାକୁ ନେଇ ଖୁବ ଯତ୍ନବାନ ହୋଇ ଥାଆନ୍ତି । ନିଜ ମୁହଁକୁ ସୁନ୍ଦର ଏବଂ ଚମକପ୍ରଦ କରିବା ଲାଗି ଅନେକ ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରନ୍ତି । ଯାହା ଆଦୌ ଭଲ ନୁହେଁ । ମାତ୍ର ପ୍ରାକୃତିକ ଘରୋଇ ଉପଚାର ଦ୍ୱାରା ଏହା କିଛି ମାତ୍ରାରେ ଫଳପ୍ରଦ ହୋଇଥାଏ ଏବଂ ଏଥିରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇ ନଥାଏ । ଚାଲନ୍ତୁ ସେହିଭଳି ଆମେ ଆଜି ଜାଣିବା ଘରୋଇ ଉପଚାର ଦ୍ୱାରା କିଭଳି ତ୍ୱଚାରେ ଆସିବ ଚମକ !

ଜାଣନ୍ତୁ, ଘରୋଇ ଉପାୟରେ କିପରି କରିବେ ବିଟ୍ ଫେସପ୍ୟାକ୍

ଆବଶ୍ୟକୀୟ ସାମଗ୍ରୀ; ବିଟ୍ ଜୁସ୍ ୨ ଚାମଚ, ବସା ଦହି ୧ ଚାମଚ, ଲେମ୍ବୁ ରସ ୧ ଚାମଚ, ବେସନ ବା ଚାଉଳ ଗୁଣ୍ଡ ୨ ଚାମଚ

ପ୍ରସ୍ତୁତି: ପ୍ରଥମେ ବିଟ୍ କୁ କୋରି(ଗ୍ରେଟେଡ୍) ସେଥିରୁ ଜୁସ୍ ବାହାର କରି ୨ ଚାମଚ ନିଅନ୍ତୁ । ଦହି ନେଇ ଏକ କପାଡା ସାହାର୍ଯ୍ୟରେ ସେଥିରୁ ପାଣି ବାହାର କରି ଦିଅନ୍ତୁ ଏବଂ ମୋଟାକୁ ବିଟ୍ ଜୁସରେ ମିଶାନ୍ତୁ । ଏବେ ସେଥିରେ ଏକ ଚାମଚ ଲେମ୍ବୁ ରସ ଓ ବେସନ ବା ଚାଉଳ ଗୁଣ୍ଡ ୨ ଚାମଚ ମିଶାଇ ଭଲ ଭାବରେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ ।

ମୁହଁକୁ ଭଲ ଭାବରେ ସଫା କରି ବା ଧୋଇ ଏହି ପ୍ୟାକ୍ କୁ ଲଗାନ୍ତୁ। ବେକ ଓ ହାତରେ  ମଧ୍ୟ ଏହି ପ୍ୟାକକୁ ଲଗାଇବେ । ପ୍ୟାକ୍ ଲଗାଇବାର ୧୫ ମିନିଟ୍ ପରେ ନଖ ଉଷୁମ ପାଣି ବା ଖାଲି ପାଣିରେ ଧୋଇ ହୋଇ ପଡିବେ । ଦେଖିବେ ଆପଣଙ୍କ ତ୍ଵଚା ସାଙ୍ଗେ ସାଙ୍ଗେ ଗୋଲାପି ରଙ୍ଗ ସହ ଉଜ୍ଵଳ ଦେଖାଯିବ।ଏହି ପରି ୭ରୁ ୮ ଥର କରିବା ପରେ ନଜି ଚେହେରାରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More