Only for Entertainment

ଯେତେବେଳେ ପଂଜାବୀ ଅଭିନେତ୍ରୀ ସିମରନ କୌର ସାପକୁ ଧରି ନେଲେ, ଭିଡିଓ ହେଲା ଭାଇରାଲ !

instagram
0 44

ପଂଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ୨୯ବର୍ଷୀୟା ସିମରନ କୌର ମୁଣ୍ଡି ପରିଚିତ ନାଁ ଅଟେ । ୨୦୦୮ରେ ମିସ ଇଣ୍ଡିଆ ୟୁନିଭର୍ସର ଟାଇଟଲ ପ୍ରାପ୍ତ କରିଛନ୍ତି । ଏହିକାରଣରୁ ତାଙ୍କ ପପୁଲାରିଟିରେ କୌଣସି କମି ରହିନାହିଁ । ଏହାସହ ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି । ସମସ୍ତ ଫ୍ୟାନ୍ସ ଜାଣନ୍ତି ଯେ ସେ ଅଭିନୟରେ କେତେ ମାହିର ଅଟନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ସାପକୁ ଧରିଥିବାର ନଜର ଆସିଛନ୍ତି ।

ସିମରନ ନିଜେ ଇନଷ୍ଟାଗ୍ରାମରେ ନିଜର ଭିଡିଓ ଶେୟାର କରିଛନ୍ତି । ଏହାସହ କ୍ୟାପଶନ ଦେଇଛନ୍ତି ‘ଏହି ପୁରୁଣା ଭିଡିଓରେ ସାପ ତାଙ୍କୁ କାମୁଡି ଦେଇଥାଆନ୍ତା’ । ସେ ଯାହା ବି ହେଉ ନା କାହିଁକି ଲୋମଟାଙ୍କୁରା ଦୃଶ୍ୟ ବୋଲି ଜଣା ପଡୁଛି ।

ସିମରନ ମଡେଲରୁ ଅଭିନେତ୍ରୀ ହୋଇଛନ୍ତି । ସେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ୨୦୧୧ଫିଲ୍ମ ‘ଜୋ ହମେ ଚାହେ’ରୁ । ଏଠାରେ ଆମେ କହି ରଖୁଛୁ ଯେ ୨୦୧୩ରେ ପଂଜାବୀ ଫିଲ୍ମ ଜଗତରେ ପାଦ ପକାଇଥିଲେ । ପଂଜାବୀ ସୁପରଷ୍ଟାର ଗିପ୍ପୀ ଗ୍ରେବାଲଙ୍କ ସହ ତାଙ୍କର ଫିଲ୍ମ ‘ବେଷ୍ଟ ଅଫ ଲକ’ସୁପରହିଟ ହୋଇଥିଲା ଏବଂ ସିମରନ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More