Only for Entertainment

ଦଲେରଙ୍କୁ ମିଳିଲା ଦଣ୍ଡ ! ଗିରଫ ହେବା ପରେ ମିଳିଲା ବେଲ୍ ! ଜାଣନ୍ତୁ ଏହାର କାରଣ ।

tellychakar
0 53

ପଂଜାବର ପଟିଆଲା କୋର୍ଟରେ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀଙ୍କୁ ବେଆଇନ ମାନବ ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ତାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହି ଦଣ୍ଡ ପରେ ତାଙ୍କୁ ଗିରଫ କରାଯାଇଥିଲା । ମାତ୍ର ଗିରଫର କିଛି ସମୟ ପରେ ତାଙ୍କୁ ବେଲ୍ ମିଳିଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ମାମଲାରେ ୧୯ସେପ୍ଟେମ୍ବର, ୨୦୦୩ରେ ଶମସେର ମେହେନ୍ଦୀଙ୍କ ଖିଲାଫରେ ଏଫଆଇଆର ଦାଖଲ କରାଯାଇଥିଲା । ଶମସେର ମେହେନ୍ଦୀ ଦଲେର ମେହେନ୍ଦୀଙ୍କ ବଡ ଭାଇ ଅଟନ୍ତି । ପଚରାଉଚରା ଏହି ମାମଲାରେ ଦଲେରଙ୍କ ନା’ ମଧ୍ୟ ଆସିଥିଲା । ୨୦୦୩ରେ ଏହି ମାମଲାର ଖିଲାଫରେ କେସ ଦାଖଲ ହୋଇଥିଲା । ୧୫ବର୍ଷ ପରେ ଏହି ମାମଲାର ଫଏସଲା ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More