Only for Entertainment

ବଙ୍ଗଳା ଗୀତ ଗାଉଥିବା ସମୟରେ ଆକ୍ରମଣର ଶୀକାର ହେଲେ ଗାୟକ ଶାନ୍ ।

youtube
45

ଲୋକପ୍ରିୟ ଗାୟକ ମାନଙ୍କୁ ଟିଭି ପରଦାରେ ଦେଖିବା ଯେତିକି ମନ ମୁଗ୍ଧକର,ସେମାନଙ୍କୁ ଜୀବନ୍ତ ଦେଖିବା ସେତିକି ରୋମାଂଚକର । ସେଲିବ୍ରେଟୀମାନଙ୍କୁ ଦେଖିବା ପାଇଁ ଦର୍ଶକ ମାନଙ୍କ ଭିଡ଼ ଜମିଯାଏ,ଯାହାକୁ କାବୁ କରିବା କଷ୍ଟସାଧ୍ୟ ହୋଇଯାଏ । ତାହା ପୁଣି ଅତି ପରିଚିତ କଳାକାର । କିନ୍ତୁ ହଠାତ ତାଙ୍କୁ କୌଣସି କାରଣରୁ ଆକ୍ରମଣ କରିବା ନିହାତି ଭାବରେ ନିନ୍ଦନୀୟ ଘଟଣା । ଯାହା ଘଟିଛି ପ୍ରସିଦ୍ଧ ଜଣାଶୁଣା ଗାୟକ ଶାନଙ୍କ ସହିତ ।

ବଲିଉଡର ଲୋକିପ୍ରୟ ଗାୟକ ଶାନ ଆସାମର ଗୌହାଟିରେ ଲାଇଭ ଶୋ କରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି । ଜଣେ ଲୋକ ତାଙ୍କ ଉପରକୁ ପଥର ଏବଂ କାଗଜ ଗୋଲା ଫିଙ୍ଗିବାକୁ ଲାଗିଲା ।ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ଖବର ଅନୁସାରେ ଶାନ୍ ମଂଚରେ ବଙ୍ଗଳା ଗୀତ ଗାଇବା ଆରମ୍ଭ କରିବା ମାତ୍ରେ ଏଭଳି ଦୁର୍ଘଟଣା ଘଟିଛି । କାରଣ ଫ୍ୟାନ ତାଙ୍କ ମୁହଁରୁ ବଙ୍ଗଳା ଗୀତ ଶୁଣିବାକୁ ଚାହୁଁନଥିଲେ,ସେମାନଙ୍କ କହିବା ଅନୁସାରେ ଏହା ବେଙ୍ଗଲ ନୁହେଁ ଆସାମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More