Only for Entertainment

ସୋନା ମହାପାତ୍ର ସଲମାନଙ୍କୁ କଲେ ଟାର୍ଗେଟ, ଅଭିନେତା କରିଥିଲେ ପ୍ରିୟଙ୍କାଙ୍କୁ କମେଂଟ !

50

ସୋନା ମହାପାତ୍ର ବଲିଉଡର ଏଭଳି ଜଣେ ସିଙ୍ଗର ଯିଏ କେବେ କୌଣସି ଜରୁରୀ ମୁଦ୍ଦା ପାଇଁ ଷ୍ଟାଂଡ ନେବା ପଛାନ୍ତି ନାହିଁ । ଅନେକ ସମୟରେ ନିଜ ମନ୍ତବ୍ୟ ରଖିଥାଆନ୍ତି । କେବଳ ସେତିକି ନୁହେଁ ସୋନା ସମସ୍ତ କଳାକାରଙ୍କୁ ମଧ୍ୟ ଟାର୍ଗେଟ କରିଥାଆନ୍ତି । ଏବେ ତାଙ୍କ ଟାର୍ଗେଟରେ ରହିଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ ।

ନିକଟରେ ସଲମାନ ଦେଶୀ ଗର୍ଲଙ୍କ ଉପରେ କିଛି କମେଂଟ କରିଥିଲେ । ପ୍ରିୟଙ୍କା ଫିଲ୍ମ ଭାରତର ସ୍କ୍ରିପ୍ଟ ପସନ୍ଦ କରିଥିଲେ ମାତ୍ର ବିବାହ କାରଣରୁ ଫିଲ୍ମରେ ଅଭିନୟ କରିନଥିଲେ । ସଲମାନଙ୍କ ମୁତାବକ, ଯେତେବେଳେ ପ୍ରିୟଙ୍କାଙ୍କୁ ନିଜ କ୍ୟାରିଅରର ସବୁଠାରୁ ବଡ ଫିଲ୍ମ ମିଳିଥିଲା, ସେ ଫିଲ୍ମକୁ ଛାଡି ବିବାହ କରିଲେ । ଅଭିନେତା ମଜାରେ କହୁ କହୁ ଏଭଳି ଏକ କମେଂଟ କରିଥିଲେ ଯେ ଲୋକମାନେ ଏହିଭଳି ଫିଲ୍ମ ପାଇଁ ନିଜ ସ୍ୱାମୀଙ୍କୁ ଛାଡିବାକୁ ପ୍ରସ୍ତୁତ ।

ସୋନାଙ୍କୁ ସଲମାନଙ୍କ ଏହି କଥା ହୁଏତ ଠିକ ଲାଗିନାହିଁ । ସେ ନିଜ ଟ୍ୱିଟର ଅକାଉଂଟରେ ପ୍ରିୟଙ୍କା ସପୋର୍ଟ କରିଥିଲେ ଏବଂ ସଲମାନଙ୍କ ଉପରେ କମେଂଟ କରି ଲେଖିଥିଲେ ପ୍ରିୟଙ୍କାଙ୍କୁ ନିଜ ଜୀବନରେ ଭଲ କରିବାର ଅଛି , ଅସଲ ଲୋକ ସହ ହ୍ୟାଙ୍ଗଆଉଟ କରିବାର ଅଛି ଏବଂ ତାଙ୍କର ଏହି ଯାତ୍ରା ଦ୍ୱାରା ଝିଅମାନଙ୍କୁ ପ୍ରେରଣା କରିବାକୁ ଚାହୁଁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମରୁ ବାହାରିଲା ପରେ ମେକର୍ସ ତାଙ୍କ ଜାଗାରେ କ୍ୟାଟ୍ରିନା କୈଫ ନେଇଛନ୍ତି ଯିଏ କି ଆଗରୁ ମଧ୍ୟ ସଲମାନ ଏବଂ ଅଲୀ ଅବାସ ଜଫରଙ୍କ ସହ କାମ କରିସାରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ୫ଜୁନ ୨୦୧୯ରେ ଇଦ ମଉକାରେ ରିଲିଜ ହେବ । ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ବ୍ୟତୀତ ଦୀଶା ପାଟନୀ, ଜାକି ଶ୍ରଫ, ତବୁ ଏବଂ ସୁନୀଲ ଗ୍ରୋବର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More