Only for Entertainment

ବିଦେଶରେ ପର୍ଫମ କରିପାରନ୍ତି ସିଙ୍ଗି ସେନସେସନ ରାନୁ ମଣ୍ଡଳ, ଶୁଣିବା ପାଇଁ ଉତ୍ସାହିତ ପୂରା ଦୁନିଆର ଫ୍ୟାନ୍ସ

64

କେଲକାତାର ରାଜଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାକା ରାତି ଇଣ୍ଟରନେଟ ସେନସେସନ ପାଲଟିଥିବା ରାନୁ ମଣ୍ଡଳ ଆଜି ସଫଳତାର ରାସ୍ତାରେ । ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବା ପରେ କମ୍ପୋଜର ହିମେଶ ରେଶମିୟାଁ ତାଙ୍କର ସହିତ ଗୀତ ରେକର୍ଡ କରିବାର ଅଫର ଦେଇଥିଲେ ।

ରାନୁଙ୍କୁ ଏବେ ପୂରା ଦେଶରେ ଲୋକେ ଜାଣିବାରେ ଏବଂ ଚିହ୍ନିବାରେ ଲାଗିଲେଣି । ଆଗକୁ ତାଙ୍କୁ କେହି ପଚାରୁ ନଥିଲେ ମଧ୍ୟ ଏବେ ତାଙ୍କ ଡିମାଣ୍ଡ ଖୁବ ବଢିବାରେ ଲାଗିଛି । ରାନୁଙ୍କୁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଫ୍ୟାନ୍ସ ଶୁଣିବା ପାଇଁ ଚାହୁଁଛନ୍ତି ।

ବିଦେଶରେ ଲୋକେ ରାନୁଙ୍କୁ ଲାଇଭ ଶୁଣିବା ପାଇଁ ଚହୁଁଛନ୍ତି । ଏପରି ସ୍ଥିତିରେ ଆଶା କରାଯାଇଛି ଯେ ରାନୁ ବିଦେଶରେ ଖୁବ ଶୀଘ୍ର ପର୍ଫମ କରିପାରନ୍ତି । ଯେଉଁ ରାନୁ ମଣ୍ଡଳଙ୍କ ପାଖରେ ଭୋଟର ଆଇଡି ନଥିଲା ସେ ନିକଟରେ ପାସପୋର୍ଟ ଅଫିସରେ ନଜର ଆସିଥିଲେ ।

 

View this post on Instagram

 

At airport for my 1st flight..✈ #himeshreshammiya #ranu #love #RanuMondal

A post shared by Ranu mondal (@ranu.mondal_) on

ରିପୋର୍ଟ ଅନୁସାରେ ରାନୁ ମଣ୍ଡଳ ନିଜ ଆସିଷ୍ଟାଣ୍ଟ ଅତିନ୍ଦ୍ର ଚକ୍ରବର୍ତୀ ଏବଂ ତପନ ଦାସଙ୍କ ସହିତ ପାସପୋର୍ଟ ଅଫିସରେ ନଜର ଆସିଥିଲେ । ଅତିନ୍ଦ୍ର ମିଡିଆକୁ କହିଥିଲେ ଯେ ସେ ରାନୁଙ୍କ ଡକ୍ୟୁମେଣ୍ଟ ପାସପୋର୍ଟ ଅଫିସରେ ଜମା କରିବା ପାଇଁ ଆସିଥିଲେ ।

ଅତିନ୍ଦ୍ର କହିଥିଲେ ବିଦେଶରେ ଲୋକେ ରାନୁଙ୍କୁ ଶୁଣିବା ପାଇଁ ଚାହୁଁଛନ୍ତି । ସେଥିପାଇଁ ଅନେକ କଲ ଏବଂ ମେସେଜ ଆସୁଛି । ସେଥିପାଇଁ ଅତିନ୍ଦ୍ର ରାନୁଙ୍କ ପାସପୋର୍ଟ କରାଇବା ପାଇଁ ଆଗ୍ରହ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More