Only for Entertainment

ଏହି ସ୍ଥାନରେ ପ୍ରେମୀ ଯୁଗଳଙ୍କ ପାଇଁ ଚାଲେ ଲଭ ସ୍ପେଶାଲ ଟ୍ରେନ, ଲକ୍ଷ୍ୟ ସଂପୂର୍ଣ୍ଣ ନିଆରା

punjabkesari
44

ନିଜର ନୂଆ କୌଶଳ ପାଇଁ ଜଣାଶୁଣା ଚୀନକୁ ନେଇ ଆସିଛି ଏକ ନୂଆ ଖବର । ଖବର ମୁତାବକ ଏହି ଦେଶରେ ଲଭ ସ୍ପେଶାଲ ଟ୍ରେନ ଚାଲୁଛି । ଏହାର ଲକ୍ଷ୍ୟ ଖୁବ ଭିନ୍ନ ଏବଂ ଖାସ । ଏହି ଟ୍ରେନରେ ଏହି ମାସ ଆରମ୍ଭରେ ୧୦୦୦ରୁ ଅଧିକ ଯୁବ ପୁରୁଷ ଏବଂ ମହିଳା ଏକା ସାଙ୍ଗରେ ଯାତ୍ରା କଲେ । ଏହି ଟ୍ରେନ କପଲ୍ସଙ୍କୁ ପ୍ରେମ ଏବଂ ବିବାହ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଚଳାଯାଇଛି । ଏହି ଟ୍ରେନର ଲକ୍ଷ୍ୟ ହେଉଛି ପର୍ଫେକ୍ଟ ଲାଇଫ ପାର୍ଟନର ଖୋଜିବା ।

ବାସ୍ତବରେ ୧୯୭୦ରେ ଲାଗୁ ହୋଇଥିବା ‘ୱାନ ଚାଇଲଡ ପଲିସି’ ଦ୍ୱାରା ଦେଶରେ ଲିଙ୍ଗାନୁପାତରେ ସମସ୍ୟା ଦେଖାଦେଇଛି । ଏହି କାରଣରୁ ଲୋକଙ୍କୁ ଉଚିତ ଜୀବନସାଥି ଚୟନ କରିବାରେ ସମସ୍ୟା ହେଉଛି । ମିଡିଆ ରିପୋର୍ଟ ଅନୁସାରେ ଚୋଙ୍ଗକିଙ୍ଗ ନର୍ଥ ଷ୍ଟେସନରେ କିୟାନଜିୟାଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ଦୁଇ ଦିନ ଏବଂ ଏକ ରାତ୍ରିର ଏହି ଯାତ୍ରା ୧୦ ଅଗଷ୍ଟକୁ ଆରମ୍ଭ ହୋଇଥିଲା ।

ମିଡିଆ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛିଯେ ଏହି ଟ୍ରେନକୁ ତିନି ବର୍ଷ ପୂର୍ବେ ଲଂଚ କରାଯାଇଥିଲା । ସେହି ଦିନ ଠାରୁ ଏଥିରେ ୩୦୦୦ରୁ ଅଧିକ ଯବଗୋଷ୍ଠୀ ଯାତ୍ରା କରିଛନ୍ତି । ପରସ୍ପରକୁ ସାକ୍ଷାତ ପରେ ୧୦ରୁ ଅଧିକ ଯୋଡ଼ି ବିବାହ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More