Only for Entertainment

୫୫ ଘଂଟା ଅପରେସନ ପରେ ଅଲଗା ହେଲେ ଯୋଡ଼ା ମୁଣ୍ଡ ଥିବା ଶିଶୁ, ଡାକ୍ତର ଜାରି କଲେ ଭିଡ଼ିଓ

punjabkeshari
19

ବ୍ରିଟେନର ଏକ ହସ୍ପିଟାଲରେ ଡାକ୍ତରମାନେ ଭାଗ୍ୟ ଦେଇଥିବା କଷ୍ଟରୁ ଦୁଇଟି କୁନି ପିଲାଙ୍କୁ ରକ୍ଷା କରିଛନ୍ତି । ୫୦ ଘଂଟାରୁ ଅଧିକ ସମୟ ଚାଲିଥିବା ସର୍ଜରୀ ପରେ ଲଣ୍ଡନ ଡାକ୍ତର ଦୁଇ ଭଉଣୀଙ୍କ ମୁଣ୍ଡକୁ ସର୍ଜରୀ କରି ଅଲଗା କରିବାରେ ସଫଳ ହୋଇଛନ୍ତି ।

୨୦୧୭ରେ ଯେତେବେଳେ ଦୁଇ ଝିଅ ସଫା ଏବଂ ମରୱା ଉଲ୍ଲାହଙ୍କ ଜନ୍ମ ହେଲା ତ ଦୁଇଜଣଙ୍କ ମୁଣ୍ଡ ଲାଗି ଯାଇଥିଲା । ଏହା ପୂର୍ବରୁ ମଧ୍ୟ ଏହିଭଳି କିଛି କେସ ସାମ୍ନାକୁ ଆସିଥିଲା । ଯେଉଁଥିରେ ଗୋଟିଏ ଅପରେସନରେ ଦୁଇ ପିଲାଙ୍କର ମୃତ୍ୟୁ ହୋଇଥିଲା । ଏହିଭଳି କେସ ଓଡ଼ିଶାର ଜଗା ବଳିଆ ନାମକ ଦୁଇ ଶିଶୁଙ୍କ ସହିତ ହୋଇଥିଲା,ଏବଂ ଦୁଇଜଣ ସୁସ୍ଥ ଅଛନ୍ତି ।

 

 

ପାକିସ୍ତାନରେ ଜନ୍ମ ହୋଇଥିବା ଏହି ଶିଶୁ ଦୁଇଜଣଙ୍କ ଭାଗ୍ୟ ଚମକିଛି ଏବଂ ଅପରେସନ ପରେ ଦୁଇଜଣ ସୁସ୍ଥ ଅଛନ୍ତି । ଦ ଗ୍ରେଟ ଅରମୋଣ୍ଡ ଷ୍ଟ୍ରିଟ ହସ୍ପିଟାଲର ୱେବସାଇଟ ଅନୁସାରେ ଦୁଇ ପିଲାଙ୍କୁ ଗତବର୍ଷ ଲଣ୍ଡନ ନିଆଯାଇଥିଲା । ସେଠାରେ ସେମାନଙ୍କର ତିନୋଟି ଅପରେସନ କରାଗଲା । ଏହି ବର୍ଷ ଫେବୃୟାରୀରେ ଦୁଇଜଣଙ୍କୁ ଅଲଗା କରିବାରେ ଡାକ୍ତର ସଫଳ ହୋଇଛନ୍ତି । ତେବେ ଏହାକୁ ନେଇ ଡାକ୍ତର ଏକ ଭିଡ଼ିଓ ଜାରି କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More