Only for Entertainment

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଏସ ଆଇ ଟିର ସମନ୍‌

youtube
20

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ ଆଇ ଟି) ସମନ୍‌ କରିଛି। ୨୦୧୫ରେ ପଞ୍ଜାବର କୋଟକପୁରା ଗ୍ରାମର ବେହଗାଲ କାଲନ୍‌ରେ ପୁଲିସର ଗୁଳି ଚାଳନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅକ୍ଷୟ କୁମାରଙ୍କୁ ସମନ୍‌ କରିଛି ଏସଆଇଟି। ଖାଲି ଅକ୍ଷୟ କୁମାର ନୁହଁନ୍ତି,ଏହି ମାମଲାରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଓ ତାଙ୍କ ପୁଅ ସୁଖବୀର ସିଂହ ବାଦଲଙ୍କୁ ମଧ୍ୟ ସମନ୍‌ କରିଛି ଏସ ଆଇ ଟି।

ଅକ୍ଷୟ କୁମାରଙ୍କୁ ଅମୃତସରର ସର୍କିଟ ହାଉସରେ ନଭେମ୍ବର ୨୧ ତାରିଖରେ ହାଜର ହେବାକୁ ଏସ ଆଇ ଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅପର ପକ୍ଷରେ ପ୍ରକାଶ ସିଂ ବାଦଲଙ୍କୁ ୧୬ ତାରିଖରେ ଓ ସୁଖବୀରଙ୍କୁ ୧୯ ତାରିଖରେ ହାଜର ହେବାକୁ କୁହାଯାଇଛି। ୨୦୧୫ରେ ବିବାଦୀୟ ସିନେମା ‘ଏମ୍‌ଏସଜି’କୁ ନେଇ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍‌ ରାମ ରହିମ୍‌ ଓ ପୂର୍ବତନ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖବୀରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ସୂଚନା ମିଳିଥିଲା। ଅକ୍ଷୟ କୁମାର କିନ୍ତୁ ଏହି କଥାକୁ ସ୍ୱୀକାର କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More