Only for Entertainment

କେବଳ ମହିଳା ନୁହଁନ୍ତି ବରଂ ପୁରୁଷ ମାନେ ମଧ୍ୟ ଏଭଳି ନିଅନ୍ତି ନିଜ ତ୍ୱଚାର ଯତ୍ନ !

37

ମହିଳାମାନେ କେବଳ ସୁନ୍ଦର ଦେଖାଯିବାକୁ ଚାହାନ୍ତି ନାହିଁ, ପୁରୁଷମାନେ ମଧ୍ୟ ହ୍ୟାଣ୍ଡସମ ଦେଖାଯିବା ଲାଗି ଚାହାନ୍ତି। ମାତ୍ର ଅନେକ ସମୟରେ ଦେଖାଯାଏ ସେମାନେ ନିଜ ତ୍ବଚାର ଉପଯୁକ୍ତ ଯତ୍ନ ନେଇପାରି ନ ଥାନ୍ତି। ମନଇଚ୍ଛା ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଉତ୍ପାଦ ବ୍ୟବହାର କରିଥାନ୍ତି। ଯାହାଫଳରେ ହ୍ୟାଣ୍ଡସମ ଦେଖାଯିବା ପରିବର୍ତ୍ତେ ସୌନ୍ଦର୍ଯ୍ୟ ବିଗିଡ଼ି ଯାଇଥାଏ। ପୁରୁଷମାନେ ହ୍ୟାଣ୍ଡସମ ଦେଖାଯିବାର କିଛି ଟିପ୍ସ ଆମେ ଆପଣଙ୍କୁ ଜଣାଉଛୁ।

ତ୍ବଚାର ଗୁଣକୁ ଚିହ୍ନନ୍ତୁ
ହ୍ୟାଣ୍ଡସମ ଦେଖାଯିବାକୁ ଚାହୁଥିଲେ ପ୍ରଥମେ ନିଜ ତ୍ବଚାକୁ ଚିହ୍ନନ୍ତୁ। ଆପଣଙ୍କ ତ୍ବଚା ତେଲିଆ, ଡ୍ରାଏ କିମ୍ବା ନର୍ମାଲ ଅଛି ତାହା ପ୍ରଥମେ ଜାଣନ୍ତୁ। ଏଥିପାଇଁ ଆପଣ ତ୍ବଚାରେ ଟିସୁ ପେପର ବ୍ୟବହାର କରି ଜାଣିପାରିବେ। ତ୍ବଚାର ଗୁଣ ଚିହ୍ନଟ କରିବା ପରେ ସୁହାଇବା ଭଳି ସାବୁନ କିମ୍ବା କ୍ରିମ୍‌ ବ୍ୟବହାର କରନ୍ତୁ। ଏହାଫଳରେ ଆପଣଙ୍କ ଚେହେରା ସୁନ୍ଦର ଦେଖାଯିବ।

ପ୍ରତ୍ୟେକ ଦିନ ସେଭିଙ୍ଗ କରନ୍ତୁ୍
ପୁରୁଷମାନେ ତ୍ବଚାକୁ ସତେଜ କରିବା ଲାଗି ପ୍ରତ୍ୟେକ ଦିନ ସେଭିଙ୍ଗ କରିପାରିବେ। ଏହାଦ୍ବାରା ପ୍ରତ୍ୟେକ ଦିନ ମଇଳା ସଫା ହୋଇଯିବ। ତେବେ ହାର୍ଡ ବ୍ଲେଡ୍‌ ବ୍ୟବହାର କରନ୍ତୁ ନାହିଁ।

ତ୍ବଚାରୁ ହଟାନ୍ତୁ ମୃତକୋଷିକା
ମୁହଁରୁ ଡେଡ୍‌ସ୍କିନ୍‌ ହଟାଇବା ଲାଗି ଏକ୍ସଫୋଲିଏସନ୍‌ (ତ୍ବଚାରୁ ମୃତକୋଷିକା ହଟାଇବା ପ୍ରକ୍ରିୟା) ବି କରିପାରିବେ। ସାଧାରଣତଃ ମୁହଁରେ ଧୂଳି ଓ ତେଲର ପରସ୍ତ ଜମିଗଲା ପରେ ବ୍ଲାକ୍‌ହେଡ୍‌ସ ଏବଂ ହ୍ବାଇଟ୍‌ ହେଡ୍‌ସ ଦେଖାଯାଏ। ଏକ୍ସଫୋଲିଏସନ୍‌ ଦ୍ବାରା ଏହାକୁ ହଟାଯାଇପାରିବ।

କ୍ଲିନ୍‌ଜିଂ କରନ୍ତୁ
ପୁରୁଷମାନେ ମଧ୍ୟ ପ୍ରତ୍ୟେକ ଦିନ କ୍ଲିନ୍‌ଜିଂ କରି ନିଜ ଚେହେରାକୁ ସତେଜ ରଖିପାରିବେ। ଏଥିପାଇଁ ନିଜ ତ୍ବଚାକୁ ସୁହାଇବା ଭଳି ଫେସ୍‌ୱାସ ନେଇ ଦିନରେ ୩ରୁ ୪ ଥର ମୁହଁ ଧୋଇପାରିବେ। ଏହାଦ୍ବାରା ଲୋମମୂଳରେ ଥିବା ମଇଳା ବାହାରିଯାଏ।

ତ୍ବଚାକୁ ନରମ ରଖନ୍ତୁ
ଚେହେରାରେ ମଏଶ୍ଚର ରହିବା ନିତାନ୍ତ ଆବଶ୍ୟକ। ନଚେତ୍‌ ତ୍ବଚା ଫାଟିବା ସହ ଟାଣି ହୋଇଥାଏ। ତେଣୁ ଉତ୍ତମମାନର ମଏଶ୍ଚରାଇଜର ବ୍ୟବହାର କରି ତ୍ବଚାକୁ ମୁଲାୟମ ରଖିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More