Only for Entertainment

ରିଲିଜ ହେଲା ଫିଲ୍ମ ‘ସ୍କାଏ ଇଜ ପିଙ୍କ’ର ରୋମାଂଟିକ ଗୀତ ‘ଦିଲ ହି ତୋ ହେ’ !

45

ଇଂଟରନ୍ୟାସନାଲ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଆଜି କାଲି ନିଜ ଅପକମିଂ ବଲିଉଡ୍ ସିନେମାକୁ ନେଇ ରହିଛନ୍ତି ଚର୍ଚ୍ଚାରେ । ତାଙ୍କର ଏହି ସିନେମାର ଟାଇଟେଲ୍ ହେଉଛି ‘ଦ ସ୍କାଏ ଇଜ୍ ପିଙ୍କ’ । ଯେଉଁଥିରେ ପ୍ରିୟଙ୍କା ପୁଣିଥରେ ଅଭିନେତା ଫରହାନ୍ ଅଖତରଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

ତେବେ ଏହି ଫିଲ୍ମର ଏକ ରୋମାଂଟିକ ଗୀତ ରିଲିଜ ହୋଇଛି । ଏହି ଗୀତରେ ଫରହାନ ଏବଂ ପ୍ରିୟଙ୍କାଙ୍କ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ଏହି ଗୀତରେ ଶୁଣିବାକୁ ମିଳିଛି ଅରିଜିତି ସିଂ ଏବଂ ଅନ୍ତରା ମିତ୍ରଙ୍କ ଯାଦୁଭରା କଣ୍ଠ । ଗୀତର ବୋଲି ରହିଛି ‘ଦିଲ ହି ତୋ ହେ’ । ଗୀତକୁ କମ୍ପୋଜ କରିଛନ୍ତି ପ୍ରିତମ ଏବଂ ଲିରିକ୍ସ ଲେଖିଛନ୍ତି ଗୁଲଜାର ।

ତେବେ ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ଫରହାନ ଓ ପ୍ରିୟଙ୍କାଙ୍କ ବ୍ୟତୀତ ଜାଇରା ୱସିମ ଏବଂ ରୋହିତ ସରାଫ ନଜର ଆସିବେ । ଏହା ଏକ ପରିବାର କାହାଣୀକୁ ନେଇ ଆଧାରିତ । ଏହି ଫିଲ୍ମ ଅକ୍ଟୋବର ୧୧ରେ ପରଦାରେ ରିଲିଜ ହେବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More