Only for Entertainment

ବୈଜ୍ଞାନିକଙ୍କ ଦାବି : ୭ ଘଣ୍ଟାରୁ କମ ଶୋଇବା ଫଳରେ ହୋଇଥାଏ ଡିଏନଏ ଡ୍ୟାମେଜ

YouTube
38

ଏହା ସମସ୍ତେ ଜାଣିଥାନ୍ତି ଯେ, ସୁସ୍ଥ ରହିବା ପାଇଁ ଭଲ ଏବଂ ଭରପୂର ନିଦ ବହୁତ ଜରୁରୀ । କିନ୍ତୁ କମ ଲୋକେ ଏହା ଜାଣିଥାନ୍ତି ଯେ, ସୁସ୍ଥ ରହିବା ପାଇଁ ବ୍ୟକ୍ତିଙ୍କୁ କେତେ ଘଣ୍ଟା ଶୋଇବା ଆବଶ୍ୟକ ? ଯଦି ଆପଣ ଦୈନିକ ୭ ଘଣ୍ଟାରୁ କମ ଶୋଉଛନ୍ତି ତେବେ ଆପଣଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇପାରେ । ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣା ପଡିଛି ।

ୟୁନିଭର୍ସିଟି ଅଫ ହଙ୍ଗକଙ୍ଗର ବୈଜ୍ଞାନିକମାନଙ୍କ ହ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଯେଉଁ ବ୍ୟକ୍ତି ଦୈନିକ ୭ ଘଣ୍ଟାରୁ କମ ଶୋଇଥାନ୍ତି ସେହି ବ୍ୟକ୍ତିମାନଙ୍କର ଡିଏନଏ ସବୁଦିନ ପାଇଁ ଡ୍ୟାମେଜ ହୋଇପାରେ । ଏହା ସହିତ କ୍ୟାନସର ପରି ଘାତକ ରୋଗ ହେବାର ଆଶଙ୍କା ବଢିଯାଇଥାଏ ।

Enjoying a well deserved rest

ଷ୍ଟଡିର ରିପୋର୍ଟ ଅନୁସାରେ କମ ଶୋଇବା ଫଳରେ ଡିଏନଏ ନିଜକୁ ରିପେୟାର କରିବାର କ୍ଷମତା ହ୍ରାସ ହୋଇଯାଇଥାଏ । ଯାହା ଫଳରେ ଜେନେଟିକ୍ସ ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । ବୈଜ୍ଞାନିକମାନେ ନାଇଟ ସିପ୍ଟ କରୁଥିବା ୪୯ ଡାକ୍ତଙ୍କୁ ନେଇ ଏହି ଗବେଷଣା କରିଥିଲେ । ଯେଉଁମାନେ କାମରେ ବ୍ୟସ୍ତ ରହି ମାତ୍ର ଦୁଇ କିମ୍ବା ତିନି ଘଣ୍ଟା ଶୋଇପାରିଥିଲେ । ଡାକ୍ତମାନଙ୍କ ବ୍ଲଡ ସାମ୍ପଲ ନେଇ ଏବଂ ଗବେଷଣା କରି ସେମାନେ ଏହି ଦାବି କରିଛନ୍ତି ।

ରିପୋର୍ଟର ସହ ଲେଖକଙ୍କ କହିବା ଅନୁସାର କମ ଶୋଇବା ଫଳରେ ଡିଏନଏ ନିଜକୁ ରିପେୟାର କରିପାରେ ନାହିଁ । ଫଳରେ ଏହାର ଡବଲ ଷ୍ଟାଣ୍ଡାର୍ଡ ଷ୍ଟ୍ରକଚର ଛିଣ୍ଡିବାର ସମ୍ଭାବନା ଅଧିକ ରହିଥାଏ । କେବଳ ଏତିକି ନୁହେଁ କମ ଶୋଇବା କ୍ୟାନସର ପରି ରୋଗ ହେବାର ଆଶଙ୍କାକୁ ମଧ୍ୟ ବଢାଇଦେଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More