Only for Entertainment

ଆଲାର୍ମ ବନ୍ଦ କରି ଶୋଇଯିବା ଅଭ୍ୟାସ ଅଛି ଯଦି ଆପଣାନ୍ତୁ ଏହି ଉପାୟ ! ଖୁବ ଶୀଘ୍ର ଭାଙ୍ଗିବ ନିଦ ।

modoeficaz
0 65

ଏପରି ପ୍ରାୟତଃ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟେ। ସକାଳୁ ଉଠିବାକୁ ଚିନ୍ତା କରି ରାତିରେ ଆର୍ଲାମ ଲଗାଇବା, ମାତ୍ର ସକାଳୁ ଆର୍ଲାମ ବାଜିବା ପରେ ତାହାକୁ ବନ୍ଦ କରି ପୁଣି ଶୋଇପଡ଼ିବା। ନିଦ ଭାଙ୍ଗିବା ପରେ ପଶ୍ଚାତାପ କରିବା ଛଡ଼ା ଆଉ କିଛି ବାକି ନଥାଏ। ସକାଳୁ କରିବାକୁ ଥିବା କାମ ନା କେବେ ହୋଇପାରେ, ନା ସକାଳୁ ଉଠିବା ଅଭ୍ୟାସ କରିବାର ଇଚ୍ଛା କେବେ ପୂରା ହୁଏ। ତେବେ, ଆସନ୍ତୁ ଜାଣିବା କ’ଣ କଲେ ଆପଣ ସହଜରେ ସକାଳୁ ଉଠିପାରିବେ।

ଯଦି ଆପଣ ଆର୍ଲାମ ଦେଉଛନ୍ତି ତେବେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ। ହାତ ନପାଉଥିବା ସ୍ଥାନରେ ରଖନ୍ତୁ। ଯେପରି ଆର୍ଲାମ ବନ୍ଦ କରିବାକୁ ଆପଣଙ୍କୁ ଉଠିବାକୁ ହେବ। ଲାଉଡ୍‌ ସାଉଣ୍ଡ୍‌ ଦିଅନ୍ତୁ।

ଆର୍ଲାମ ଘଣ୍ଟା ପାଖରେ ସକାଳେ କରିବାକୁ ଥିବା କାମ ସଂପର୍କିତ କିଛି ଜିନିଷ ରଖନ୍ତୁ। ଯେପରି ଆପଣଙ୍କୁ ମନେ ପଡ଼ିଯିବ ଯେ ଆପଣଙ୍କର ଏହି କାମ କରିବାର ଅଛି ଆଉ ନିଦ ଭାଙ୍ଗିଯିବ।

ରାତିରେ ଖୁବ୍‌ ବେଶୀ ପାଣି ପିଇକି ଶୁଅନ୍ତୁ। ସକାଳୁ ସକାଳୁ ଜୋର୍‌ ପରିଶ୍ରା ଲାଗିଲେ ବି ନିଦ ଭାଙ୍ଗିଯିବ।

ଏବେ ମୋବାଇଲ୍‌ରେ ଏକ ଅପ୍‌ଲିକେସନ୍‌ ବି ଉପଲବ୍ଧ। ସେହି ଆପ୍‌ଲିକେସନ୍‌ ମୁତାବକ ଆପଣ ଚାହିଁଲେ ବି ତୁରନ୍ତ ଆର୍ଲାମ ବନ୍ଦ କରିପାରିବେ ନାହିଁ। ଆର୍ଲାମ ବନ୍ଦ କରିବାକୁ ଚେଷ୍ଟା କଲେ ଆପଣଙ୍କ ସାମ୍ନାରେ ୨-୩ଟି ଷ୍ଟେପ୍‌ର ଗଣିତ କରିବାକୁ ହେବ। ସେ ଷ୍ଟେପ୍‌ ଆପଣ ସ୍କିପ୍‌ କରିପାରିବେ ନାହିଁ। ଫଳରେ ଆର୍ଲାମ ବନ୍ଦ ହେବା ଭିତରେ ଆପଣଙ୍କ ନିଦ ଭାଙ୍ଗି ସାରିଥିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More