Only for Entertainment

ସୁନିଦ୍ରା ଆଣେ ଯୁବାପଣ, ଗବେଷଣାରୁ ପ୍ରମାଣିତ ।

Cleveland Clinic Health Essentials
71

ଗଭୀର ନିଦରେ କେବଳ ଶରୀରକୁ ଆରାମ ମିଳେନି । ଏହା ବହୁ ରୋଗରୁ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ । ବୈଜ୍ଞାନିକମାନେ କୁହନ୍ତି ଯେ, ଗଭୀର ନିଦରେ ଶୋଇବା ଦ୍ୱାରା ଅଧିକ ବୟସରେ ମଧ୍ୟ ଯୁବା କରି ରଖିବାରେ ଏହା ସାହାଯ୍ୟ କରେ । ଏହା ଦ୍ୱାରା ଅଧିକ ବୟସରେ ହେଉଥିବା ସ୍ମରଣ ଶକ୍ତି ହ୍ରାସ ପରି ରୋଗରୁ ମଧ୍ୟ ଗଭୀର ନିଦ ବଂଚାଇବାରେ ସହାୟକ ହୋଇଥାଏ ।

ବୈଜ୍ଞାନିକମାନେ କୁହନ୍ତି ଯେ , ଯେମିତି ବୟସ ଅଧିକ ବଢେ, ରାତିରେ ନିଦ କମ୍ ହେବା ଆରମ୍ଭ ହୁଏ । ଗଭୀର ନିଦ ହେବାର କ୍ଷମତା ହ୍ରାସ ପାଏ । ଆମେରିକାସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ବର୍କଲେ ଗବେଷକ ମେଥ୍ୟୁ ୱାର୍କର କୁହନ୍ତି, ଅଧିକ ବୟସରେ ରୋଗ ସାଧାରଣତଃ ନିଦ ସହ ଜଡିତ ଥାଏ । ତେଣୁ ଗଭୀର ନିଦ ନିତ୍ୟାନ୍ତ ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More