Only for Entertainment

ନିଦରେ ଚାଲୁଥିଲା ଝିଅ, ୧୧ମହଲା ତଳକୁ ମାରିଲା ଡିଆଁ, ଭିଡିଓ ଭାଇରାଲ !

43

ନିଦରେ ଚାଲୁଥିବା ରୋଗ ସମ୍ପର୍କରେ ଆପଣ ନିଶ୍ଚୟ ଆଗରୁ ଶୁଣିଥିବେ । ହିନ୍ଦୀ ଫିଲ୍ମରେ ଦେଖିବାକୁ ମଧ୍ୟ ମିଳିଛି । କିନ୍ତୁ କିଛି ଦିନ ହେବ ସୋସିଆଲ ମିଡିଆରେ ଜଣେ ୫ବର୍ଷର କୁନି ଝିଅ ନିଦରେ ଚାଲୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଥାଇଲାଣ୍ଡର ଶୁଣିବାକୁ ମିଳିଛି , ଯେଉଁଥିରେ ହୋଟେଲର କବାଟ ଖୋଲି ଏକ କୁନି ଝିଅ ବାହାରକୁ ବାହାରୁଛି ଏବଂ ରେଲିଂ ଉପରେ ଲଟକି ଯାଉଛି ଏବଂ ୧୧ଟି ମହଲା ତଳକୁ ପଡି ଯାଉଛି ।

ଛୁଆଟି ତଳେ ପଡିବା ପରେ ହୋଟେଲ ଷ୍ଟାଫ ସତର୍କ ହୋଇଯାଇଥିଲେ ଏବଂ ସାଙ୍ଗେ ସାଙ୍ଗେ ଛୁଆକୁ ଉଠାଇଲେ । ସେ ଅଚେତ ଥିଲା ମାତ୍ର ନିଶ୍ୱାସ ନେଉଥିଲା । କୁନି ଝିଅକୁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠି ଜଣା ପଡିଛି ଯେ ଶିଶୁଟିର ଗୋଡ ଭାଙ୍ଗିଯାଇଛି ଏବଂ ପିଠିରେ ଆଘାତ ଲାଗିଛି । ଅସଲରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସଙ୍କ କହିବା ମୁତାବକ ଝିଅର ଏଭଳି ଭୂଲ ପାଇଁ ୧୦୦ପ୍ରତିଶତ ବାପା-ମା’ଙ୍କ ଭୂଲ ରହିଛି , ଯାହା ତାଙ୍କୁ ଜଣା ଥାଇ ମଧ୍ୟ ପିଲାର ଧ୍ୟାନ ରଖିପାରିଲେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More