Only for Entertainment

ରିଲିଜ ହେଲା ଆକ୍ସନ-କମେଡି ଫିଲ୍ମ ଭୈୟାଜି ସୁପରହିଟର ଡାନ୍ସ ନମ୍ବର ‘ସ୍ଲିପି ସ୍ଲିପି ଅଖିୟାଁ’

Inkhabar
0 31

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ କମେଡି – ଡ୍ରାମା ଫିଲ୍ମ ‘ଭୈୟାଜି ସୁପରହିଟ’ର ଡାନ୍ସିଂ ନମ୍ବର ସଂଗ ‘ସ୍ଲିପି ସ୍ଲିପି ଅଖିୟାଁ’ । ଏହି ଗୀତରେ ପ୍ରିତି ଜିଣ୍ଟା ଏବଂ ସନି ଦେଓଲଙ୍କୁ ଏକାଠି ଡାନ୍ସ କରିବାର ଦେଖିବାକୁ ମିଳିଛି । ଅନେକ ଦିନପରେ ଏହି ଦୁଇ ଯୋଡି ଏକାଠି ନଜର ଆସିଛନ୍ତି । ଏହି ଗିତରେ ପ୍ରୀତିଙ୍କ ଜବରଦସ୍ତ ଡାନ୍ସ ଅନ୍ଦାଜ ଦେଖିବାକୁ ମିଳିଛି । ଶାଢୀରେ ବେଶ ଗର୍ଜିୟସ ଲାଗୁଛନ୍ତି ଡିମ୍ପଲ ଗର୍ଲ ପୀତି ଜିଂଟା । ବିବାହ ଉତ୍ସବର ମାହୋଲକୁ ଗୀତ ଓ ନାଚରେ ଭରିଦେଇଛନ୍ତି ଉଭୟ ପ୍ରୀତି ଏବଂ ସନି ଏବଂ ଦୁଇଜଣଙ୍କ ସହିତ ମିଶି ଠୁମକା ଲଗେଇଛନ୍ତି ସମସ୍ତେ ।

ଏହି ଡାନ୍ସିଂ ନମ୍ବର ଗୀତରେ କଣ୍ଠଦାନ କରିଛନ୍ତି ଆଶିଷ କୌର ଏବଂ ୟାଶିର ଦେଶାଇ । ଏଥିରେ ସଂଗୀତର ଭାର ତୁଲାଇଛନ୍ତି ଜିତ ଗାଙ୍ଗୁଲି । ଏହି ଫିଲ୍ମରେ ବଲିଉଡର ଅନେକ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଛି । ଏଥିରେ ଅଭିନେତା ସନି ଦେଓଲ ଜଣେ ଗ୍ୟାଙ୍ଗଷ୍ଟର୍ ଭୈୟାଜି ଭାବେ ନଜର ଆସିଥିବା ବେଳେ ଫିଲ୍ମରେ ସନିଙ୍କ ଅନସ୍କ୍ରିନ୍ ପତ୍ନୀ ଭାବେ ପ୍ରିତି ଜିଣ୍ଟାଙ୍କୁ ଦେଖିବାକୁ ମିଳିଛି । ଅନେକ ଦିନର ବ୍ୟବଧାନ ପରେ ବିଗ ସ୍କ୍ରିନକୁ ଫେରୁôଛନ୍ତି ପ୍ରିତି ଜିଣ୍ଟା । ପ୍ରୀତିଙ୍କୁ ବାଦ ଦେଲେ ଏଥିରେ ଅଭିନେତା ଅର୍ସଦ ୱାରସି, ଶ୍ରେୟସ ତାଲପଡେ, ସଂଜୟ ମିଶ୍ରା, ବ୍ରିଜେନ୍ଦ୍ର କାଲା, ଜୟଦେବ ଅଲାୱତ୍, ପଂକଜ ତ୍ରିପାଠି, ମୁକୁଲ ଦେବଙ୍କ ସମେତ ଅଭିନେତ୍ରୀ ଅମିଶା ପଟେଲଙ୍କୁ ବି ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More