Only for Entertainment

ଶୋଇପାରୁନାହାଁନ୍ତି କି ? ସ୍ମାର୍ଟଫୋନ ଯୋଗୁଁ ବଢୁଛି ଅନିଦ୍ରା ସମସ୍ୟା : ସର୍ଭେ ରିପୋର୍ଟ

businessinsider
24

ଭାରତର ଅଗ୍ରଣୀ ମ୍ୟାଟ୍ରେସ୍ ବ୍ରାଣ୍ଡ୍, ସେଞ୍ଚୁରି ମ୍ୟାଟ୍ରେସେସ୍ ପକ୍ଷରୁ ଲୋକମାନଙ୍କ ଶୋଇବା ଶୈଳୀ ଉପରେ ଏକ ସର୍ଭେ କରାଯାଇଥିଲା । ଶୋଇବା ଶୈଳୀ, ନିଦ୍ରାରେ ବ୍ୟାଘାତ ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଜାଣିବା ପାଇଁ ବିଭିନ୍ନ ସହରରେ ଏହି ସର୍ଭେ କରାଯାଇଥିଲା।

ଏହି ୧୦ ଟି ସହରରେ, ସର୍ଭେରୁ ଜଣାପଡ଼ିଥିଲା ଯେ ମୋଟାମୋଟି ଭାବେ ୫୩% ଲୋକ ଟିଭି, ଲାପଟପ୍, ଟାବଲେଟ୍ କିମ୍ବା ଫୋନରେ ସୋ’ ଦେଖିବା ଓ ଫେସବୁକ୍, ଟ୍ଵିଟର୍, ଇନଷ୍ଟାଗ୍ରାମ୍ ଇତ୍ୟାଦିରେ ସୋସିଆଲ ମିଡିଆ ଫିଡ୍ ବ୍ରାଉଜିଂ କରୁଥିବାରୁ ରାତିରେ ଅନିଦ୍ରା ରହୁଛନ୍ତି । କାମ କିମ୍ବା ଆର୍ଥିକ ସଂପର୍କିତ ସମସ୍ୟା ଯୋଗୁଁ ୧୮% ଲୋକ ରାତିରେ ଚେଇଁ ରହୁଛନ୍ତି । ୫୪% ଲୋକ କହିଛନ୍ତି ଯେ ସପ୍ତାହ ଦିବସ ଗୁଡ଼ିକରେ ସେମାନେ ରାତି ୧୦ଟାରୁ ୧୧ଟା ଭିତରେ ଶୋଇପଡ଼ୁଥିବା ବେଳେ ସପ୍ତାହନ୍ତ ରେ କେବଳ ୨୫% ଲୋକ ସେହି ସମୟ ଭିତରେ ଶୋଇପାରୁଛନ୍ତି। ସଂଖ୍ୟାଧିକ ଅର୍ଥାତ ୪୩% ଲୋକ ସକାଳ ୫-୬ଟା ଭିତରେ ସପ୍ତାହ ଦିବସ ଗୁଡ଼ିକରେ ଶେଜ ତ୍ୟାଗ କରୁଥିବାବେଳେ ସପ୍ତାହନ୍ତ ରେ ୩୧% ଲୋକ ସକାଳ ୭-୮ଟା ଭିତରେ ନିଦରୁ ଉଠୁଛନ୍ତି ।

୬୮% ଲୋକ କହିଛନ୍ତି ଯେ ସେମାନେ ଶୋଇଥିବା ବେଳେ ଅତି କମରେ ୧-୨ ଥର ସେମାନଙ୍କ ନିଦ ଭାଙ୍ଗିଥାଏ। ଲମ୍ବା ଯାତ୍ରା ଅବଧି, କର୍ମ ଚାପ ଓ ରାତିରେ କମ୍ ଶୋଇବା ଯୋଗୁଁ ସପ୍ତାହ ଦିବସ ଗୁଡିକରେ ୧-୩ ଦିନ ଅତିକମ୍ରେ ୩୭% ଲୋକ ନିଦୁଆ ଅନୁଭବ କରୁଥିବା ବେଳେ ୧୦% ଲୋକ ସବୁ ଦିନ କାମକୁ ଯିବା ବେଳେ କିମ୍ବା କାମରୁ ଫେରିବା ବେଳେ ନିଦୁଆ ଅନୁଭବ କରିଥାନ୍ତି । ଏହି ସର୍ଭେ କରିବା ପାଇଁ ସେଂଚୁରି ମ୍ୟାଟ୍ରେସେସ୍ ପକ୍ଷରୁ ବିଶ୍ୱର ଏକ ଅଗ୍ରଣୀ ମାପ ଓ ଡାଟା ଆନାଲିଟିକ୍ସ କଂପାନି ନିଲସନକୁ ନିଯୁକ୍ତ କରାଯାଇଥିଲା ଯାହାର ନମୁନା ପରିମାଣ ଦେଶର ୧୦ଟି ସହରର ୧୫୨୪ ଜଣ ଲୋକ ଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More