Only for Entertainment

ସିଗାରେଟ୍‌ର ଧୂଆଁ ନୁହେଁ, ବରଂ ଧୂପକାଠିର ଧୂଆଁ ଅଧିକ କ୍ଷତିକାରକ

वेबदुनिया
11

ହିନ୍ଦୁ ଧର୍ମରେ ପୂଜାର୍ଚ୍ଚନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଅନେକ ଲୋକ ଘରେ ପୂଜା ସମୟରେ ଦୀପ ଜାଳନ୍ତି, ନ ହେଲେ ଧୂପକାଠି ଜଳାନ୍ତି। ମୁସଲମାନ୍‌ମାନେ ମଧ୍ୟ ନିଜ ଘରେ ଏପରିକି ମସଜିଦ୍‌ରେ ଏବଂ ଦୋକାନରେ ଧୂପକାଠି ଜଳାଇ ପୂଜା କରିବାର ଦେଖିବାକୁ ମିଳିଥାଏ।

ଖାଲି ସେତିକି ନୁହେଁ, ଧୂପକାଠି କେବଳ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହୁଏ ନାହିଁ। ପରନ୍ତୁ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଗି ମଧ୍ୟ ଏପରି କରାଯାଇଥାଏ।

କିନ୍ତୁ ଆପଣ କ’ଣ ଜାଣନ୍ତି କି ଧୂପକାଠିର ଧୂଆଁ ସିଗାରେଟ୍‌ର ଧୂଆଁଠାରୁ ମଧ୍ୟ ଅଧିକ ବିପଜ୍ଜନକ।

ନିକଟରେ ଏକ ଗବେଷଣା କରାଯାଇଥିଲା। ସେଥିରୁ ଜଣାଯାଇଛି ଯେ ଧୂପକାଠିର ଧୂଆଁରେ ଥିବା ଛୋଟ ଛୋଟ କଣିକା ବାୟୁରେ ମିଶିଯାଏ। ଏହି ସମସ୍ତ କଣିକାରେ ଏଭଳି କିଛି ଟନିକ୍ସ ଥାଏ, ଯାହା ମଣିଷର ଶରୀର ଭିତରେ କୋଷର କ୍ଷତି କରିଥାଏ। ଚୀନରେ କରାଯାଇଥିବା ଏହି ଗବେଷଣା ଅନୁଯାୟୀ ଧୂପକାଠିର ଧୂଆଁରେ ତିନି ପ୍ରକାରର ଟନିକ୍ସ ଥାଏ, ଯାହା କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More