Only for Entertainment

ଯୌନ କ୍ଷମତା ଉପରେ ପ୍ରଭାବ ପକାଏ ସିଗାରେଟ !

daily mirror
0 146

ସିଗାରେଟ ପିଇବା ଦ୍ୱାରା ଯୌନ କ୍ଷମତା କମିଯାଏ ! ଏ ଅଭ୍ୟାସ ନପୁଂସକ କରିପାରେ ଧୂମ୍ରପାନ ଦ୍ୱାରା ଖାଲି ଯେ ଶ୍ୱାସ ପ୍ରଶ୍ୱାସରେ ପ୍ରଭାବ ପଡେ ତାନୁହେଁ । ଏହା ଦ୍ୱାରା ହୃଦ୍ ରୋଗ ଓ ରକ୍ତଚାପ ଆଦି ସମସ୍ୟା ଦେଖାଦେଇଥାଏ । ଏହା ସହ ପୁରୁଷର ଯୌନ କ୍ଷମତା ଉପରେ ଖୁବ୍ ପ୍ରଭାବ ପକାଇଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି ଯେଉଁ ଲୋକ ଦିନକୁ ୨୦ଟି ସିଗରେଟ ପିଇଥାନ୍ତି ,ତାଙ୍କର ପୈାରୁଷତ୍ୱରେ ୪୦% ଯାଏ କମ୍ ହେବାର ସମ୍ଭାବନା ଥାଏ । ଏହି ସୂଚନା ଇଣ୍ଡିଅନ ମେଡିକାଲ ଏସୋସିଏସନର ମନୋନେୀତ ଡାଃ. କେ.କେ ଅଗ୍ରୱାଲ ଦେଇଛନ୍ତି । ଏମାନେ କହିଛନ୍ତି ଧୂଆ ଥିବା ନିକୋଟିନ୍ ଶରୀରର ବିଭିନ୍ନ ଅଙ୍ଗକୁ ଶୁଖାଇଦେଇଥାଏ ।

‘ଟବାକୋ କଣ୍ଟ୍ରୋଲ୍’ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଧୂମ୍ରପାନ କରୁଥିବା ୧୬-୫୯ ବର୍ଷୀୟ ପୁରୁଷଙ୍କ ପାଇଁ ଏହା ବେଶୀ କ୍ଷତିକାରକ ହୋଇଥାଏ । ଧୂମ୍ରପାନ ଛଡା ମୋଟାପା ,ବେଶି ମଦ୍ୟପାନ ଓ ଭାଏଗ୍ରା ଔଷଧର ଦୁରୁପଯୋଗ ପୁରୁଷଙ୍କ ଯୌନ କ୍ଷମତା ଉପରେ ପ୍ରଭାବ ପକାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More