ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଆଶା ଭୋସଲେଙ୍କ ସାହାଯ୍ୟ କଲେ ସ୍ମୃତି ଇରାନୀ, ଟ୍ୱିଟ କରି ଜଣାଇଲେ ଧନ୍ୟବାଦ
ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାର ଅତିଥି ଆସିଥିଲେ । ବହୁ ବଲିଉଡ ସେଲିବ୍ରିଟିଙ୍କ ଭଳି ଖ୍ୟାତନାମା ଗାୟିକା ଆଶା ଭୋସଁଲେ ମଧ୍ୟ ଯାଇଥିଲେ । ଏବେ ଆଶା ସେଠାକାର ଏକ ସୁନ୍ଦର ଅନୁଭୂତିକୁ ସେୟାର କରିଛନ୍ତି । ଆଶା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଏକ ଫଟୋ ସେୟାର କରି କିଭଳି ସ୍ମୃତି ସାହାଯ୍ୟ କରିଥିଲେ ତାହାକୁ ଟ୍ୱିଟର ଜରିଆରେ ଜଣାଇଛନ୍ତି ।
ଆଶା ଲେଖିଛନ୍ତି ଯେ ଶପଥ ଗ୍ରହଣ ସମାରୋହ ପରେ ସେଠାରୁ ଯିବାକୁ ଲୋକଙ୍କର ଭିଡ ଲାଗିଯାଇଥିଲା । ଏହି ଭିଡ ଭିତରେ ସେ ଏକାକୀ ହୋଇଯାଇଥିଲେ କେହି ବି ତାଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ । କିନ୍ତୁ ସ୍ମୃତି ତାଙ୍କୁ ଚିନ୍ତିତ ଥିବାର ଦେଖି ଆଗକୁ ଆସିଥିଲେ । ତାଙ୍କୁ ସୁରକ୍ଷିତ ଘରେ ପହଂଚାଇଦେଇଥିଲେ ।
I was stranded in the crazy rush post PM oath ceremony. No one offered to help me except @smritiirani who saw my plight & made sure I reached home safely. She cares & that’s why she won. pic.twitter.com/vDV84PrIVp
— ashabhosle (@ashabhosle) May 30, 2019
ସେ ସମସ୍ତଙ୍କ କଥା ଚିନ୍ତା କରୁଥିବାରୁ ସେ ଜିତିଛନ୍ତି ବୋଲି ଆଶା କହିଛନ୍ତି । ଏହି ଟ୍ୱିଟ ର ଉତ୍ତର ଦେବାକୁ ଯାଇ ସ୍ମୃତି ପ୍ରଣାମ ଜଣାଇଛନ୍ତି । ଏହି ଟ୍ୱିଟ ପରେ ଟ୍ୱିଟର ୟୁଜର୍ସଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସେମାନେ ଲେଖିଛନ୍ତି ଯେ କିଭଳି ଫିଲ୍ମ ଇଣ୍ଡଷ୍ଟ୍ରି ବେଳେବେଳେ କିଂବଦନ୍ତି କଳାକାରଙ୍କୁ ଅଣଦେଖା କରେ । ସେହିପରି ଆଶା ସାଂସଦ ସନି ଦେଓଲଙ୍କ ସହ ମଧ୍ୟ ଉଠାଇଥିବା ଏକ ଫଟୋକୁ ସେୟାର କରିଛନ୍ତି ।