Only for Entertainment

ଘୁଙ୍ଗୁଡି ସମସ୍ୟାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି କି , ତେବେ ଆପଣାନ୍ତୁ ଏହି ଉପାୟ ।

HealthyBrags
0 49

କିଛି ଲୋକ ନିଘୋଡ଼ ନିଦରେ ଶୋଇବା ପରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଥାନ୍ତି । ଏହା ସେମାନେ ଜାଣି ଜାଣି କରୁ ନଥିବା ବେଳେ କିଛି ଖରାପ ଅଭ୍ୟାସ ପାଇଁ ସେମାନଙ୍କ ପାଖରେ ଏସବୁ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଏହା ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଯେ କୌଣସି ବୟସର ଲୋକମାନଙ୍କ ପାଖରେ ଏହି ସବୁ ସମସ୍ୟା ଦେଖା ଯାଇଥାଏ । ଘୁଙ୍ଗୁଡ଼ି ମାରିବାର ମୁଖ୍ୟ କାରଣ ହେଉଛି ଶୋଇବାର ଶୈଳୀ, ନାକରେ ସର୍ଦ୍ଦି ହେବା ବା ଅତ୍ୟଧିକ ମଦ୍ୟପାନ । କିଛି ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ଔଷଧର ସେବନ କରିଥାନ୍ତି । କିନ୍ତୁ ସବୁ ପରେ ବି ସମସ୍ୟା ଦୂର ହୋଇ ନ ଥାଏ । ଆଜି ଆମେ ଏହି ସମସ୍ୟାରୁ ଦୂରେଇ ରହିବାର ଘରୋଇ ଉପାୟ ବିଷୟରେ ଜଣାଇବୁ । ଆସନ୍ତୁ ଜାଣିବା ସେ ବିଷୟରେ..

୧.ଏହି ସମସ୍ୟା ଦୂର କରିବା ପାଇଁ ଏକ ଚାମଚ ହଳଦୀ ଏବଂ ଏକ ଚାମଚ ମହୁକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ସେବନ କରନ୍ତୁ । କିଛି ଦିନ ଏପରି କଲେ ଆପଣଙ୍କର ଘୁଙ୍ଗୁଡ଼ି ମାରିବା ସମସ୍ୟା ଦୂର ହେବ ।

୨. ରସୁଣର ୨-୩ କୋଲା ନେଇ ସୋରିଷ ତେଲରେ ପକାଇ ଗରମ କରନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ଛାତିରେ ମାଲିସ କରନ୍ତୁ ।

୩.ରାତିରେ ଶୋଇବା ପୂର୍ବରୁ ଅଳେଇଚ ବା ତା’ର ପାଉଡ଼ରକୁ ଉଷୁମ ପାଣିରେ ମିଶାଇ ପିଇଲେ କିଛି ଦିନ ମଧ୍ୟରେ ଘୁଙ୍ଗୁଡ଼ି ମାରିବା ସମସ୍ୟା ଦୂର ହୋଇଥାଏ ।

୪.ଯେଉଁମାନେ ଧୂମପାନ ଅଧିକ କରିଥାନ୍ତି ସେମାନଙ୍କ ପାଖରେ ଏ ସମସ୍ୟା ଦେଖା ଯାଇଥାଏ । ସୁସ୍ଥ ସ୍ୱାସ୍ଥ୍ୟ ଏବଂ ଘୁଙ୍ଗୁଡ଼ି ମାରିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ହିଁ ଧୂମପାନ କରିବା ଛାଡ଼ି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More