Only for Entertainment

ଆଲୋକର ଦିଗ ବଦଳିଲେ ବଦଳି ଯାଏ ମା’ ଦୁର୍ଗାଙ୍କ ଚେହେରାର ସ୍ୱଭାବ, ଭିଡିଓ ଭାଇରାଲ !

231

ସୋସିଆଲ ମିଡିଆରେ ମା’ ଦୁର୍ଗାଙ୍କର ଏକ ପ୍ରତିମା କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ୱିଟରରେ ୪୫ସେକେଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି,ଯେଉଁଥିରେ ମା’ ଦୁର୍ଗାଙ୍କ ପ୍ରତିମା ଦେଖିବାକୁ ମିଳିଛି । ସାମ୍ନାରେ ପୂଜାରୀ ଅଛନ୍ତି, ଯିଏ କି ମା’ଙ୍କ ଆଳତୀ କରୁଥିବାର ନଜର ଆସିଛନ୍ତି । ଖାସ କଥା ହେଉଛି ଆଳତୀର ଆଲୋକ ଯେମିତି ଯେମିତି ବୁଲି ଥାଏ, ମା’ଙ୍କ ଚେହେରାର ସ୍ୱଭାବ ସେହିଭଳି ବଦଳୁଥାଏ । ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହାସହ ଏହି ପ୍ରତିମାକୁ ଯିଏ ଏଭଳି ନିର୍ମାଣ କରିଛି , ତାକୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି ।

ଏହି ଭିଡିଓକୁ ଟ୍ୱିଟରରେ ଅଜ୍ଞରମଷସକ୍ସଙ୍କଭଷବଗ୍ଧ ନାମକ ୟୁଜର ଶେୟାର କରିଛନ୍ତି । ଭିଡିଓ ୩ଅଗଷ୍ଟ ସକାଳ ପାଖାପାଖି ୧୧.୩୦ରେ ଶେୟାର କରାଯାଇଥିଲା । ଖବର ଲେଖାଯିବା ପୂର୍ବରୁ ଏହି ଭିଡିଓକୁ ୫.୬ହଜାର ଥର ଦେଖା ଯାଇସାରିଥିଲା ଏବଂ ଏହାକୁ ୯୦୦ରୁ ଅଧିକ ଥର ରିଟ୍ୱିଟ କରାଯାଇ ସାରିଲାଣି ।

ଭିଡିଓ କେଉଁ ସ୍ଥାନର? ଦୁର୍ଗା ମାଙ୍କ ଏହି ପ୍ରତିମା କିଏ ବନାଇଛି? ଏବଂ ଏହି ପ୍ରତିମା କେଉଁଠି ରହିଛି? ଏହି ସମସ୍ତ ପ୍ରଶ୍ନର ଏବେ ପର୍ଯ୍ୟନ୍ତ ଉତ୍ତର ମିଳି ପାରିନାହିଁ । କିନ୍ତୁ ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More