Only for Entertainment

ସୋସିଆଲ ମିଡିଆରେ ଧମାଲ ମଚାଇଲା ଜେସିବି କି ଖୁଦାଇ ମିମ୍ସ !

26

ସୋସିଆଲ ମିଡ଼ିଆ ରେ ସମସ୍ତେ ସବୁବେଳେ ଆକ୍ଟିଭ । ଏବେ ଜେସିବି ମେସିନ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଅନେକ ପ୍ରକାର ମିମ୍ସ ସେଆର୍‌ ହେବା ସହ ଭାଇରାଲ୍‌ ହେବାରେ ଲାଗିଛି । ମିମ୍ସରେ ଜେସିବି କି ଖୁଦାଇ ତଥା ଜେସିବିର ମାଟି ଖୋଳିବାକୁ ନେଇ ବିଭିନ୍ନ ପ୍ରକାର ମିମ୍ସ ଭାଇରାଲ୍‌ ହେଉଛି। ଯାହା ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ, କ’ଣ ପାଇଁ ଏହି ଜେସିବିକୁ ନେଇ ଏତେ ମିମ୍ସ ତିଆରି ହେଉଛି। କ’ଣ ପାଇଁ ମାଟି ଖୋଳୁଥିବା ଜେସିବି ମେସିନ୍‌ର ଭିଡିଓକୁ ଲୋକେ ଅଧିକ ଦେଖୁଛନ୍ତି। ଚାଲନ୍ତୁ ଜାଣିବା –

ଏହା ପଛର କାହାଣୀ ଯାହାକୁ ଜଣା ନାହିଁ। କିଏ କହୁଛି, ସନ୍ନି ଲିଓନି ଜେସିବି ଉପରେ ଛିଡ଼ା ହୋଇ ଏକ ଫଟୋ ଶେୟାର୍‌ କରିଥିଲେ। ସେହି ଦିନରୁ ଏହାକୁ ନେଇ ଏତେ ମିମ୍ସ ଭାଇରାଲ୍‌ ହେଉଛି। ଆଉ କିଏ କହୁଛି, ଭାରତରେ ଲୋକମାନଙ୍କର କିଛି କାମ ନାହିଁ, ସେଥିପାଇଁ କିଛି ବି ଗୋଟେ ବିଷୟକୁ ମଜାରେ ନେଇ ମିମ୍ସ ତିଆରି କରି ଭାଇରାଲ୍‌ କରାଯାଉଛି।

ଏହା ମଧ୍ୟ କୁହାଯାଉଛି ଯେ, ଜେସିବି ତିଆରି କରୁଥିବା କମ୍ପାନିକୁ ୫୦ ବର୍ଷ ପୂରିଛି। ଏହି ଅବସରରେ କମ୍ପାନି ତାର ସଫଳ ଯାତ୍ରାକୁ ନେଇ କିଛି ଭିଡିଓ ଅପ୍‌ଲୋଡ୍‌ କରିଥିଲା। ଯେଉଁ ଭିଡିଓରେ ବିଭିନ୍ନ ଜାଗାରେ ଜେସିବି ମେସିନ୍‌ କାମ କରୁଥିଲା। ସେହି ଭିଡିଓକୁ ବହୁତ ଲୋକେ ଦେଖୁଛନ୍ତି। ଲୋକମାନଙ୍କୁ ଟ୍ରଲ କରିବାକୁ ଯାଇ ଏହିପରି କରାଯାଉଥିବା ମଧ୍ୟ କୁହାଯାଉଛି।

୨୦୧୯ ମସିହାରେ ଜେସିବି ଖୋଳାଖୋଳି କରୁଥିବା କାମକୁ ମଧ୍ୟ ଲୋକମାନେ ଦେଖିବାକୁ ଯାଉଛନ୍ତି। ଏହାର ଅର୍ଥ ଲୋକଙ୍କ ପାଖରେ କିଛି କାମ ନାହିଁ । ଏହା ଦେଖି ସମୟ ବିତାଉଥିବାରୁ ଲୋକଙ୍କୁ ଟ୍ରଲ୍ କରାଯାଉଛି। ଏହି ଜେସିବି କି ଖୁଦାଇ ସୋସିଆଲ ମିଡିଆରେ ପୁରା ଧାମଲ ମଚାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More