Only for Entertainment

ପ୍ରିୟଙ୍କା ଏବଂ କରୀନାଙ୍କ ମଧ୍ୟରେ ହୋଇଥିବା ଏହି ସାମାନ୍ୟ କଥାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ।

Dainik Bhaskar
33

ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ ଯେଉଁଠାରେ ନିଜର ମନୋଭାବ ପ୍ରକାଶ କରିବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳୁଛି । ତାହାର ଅର୍ଥ ନୁହେଁଯେ ପ୍ରତ୍ୟେକ କଥାର ଫାଇଦା ଉଠାଇବା ବା ସାମାନ୍ୟ କଥାରେ କାହାକୁ ଟ୍ରୋଲ କରିବା । ତେବେ ନିକଟରେ ସେହିଭଳି କିଛି ଦେଖିବାକୁ ମିଳିଛି ଏହି ପ୍ଲାଟଫର୍ମରେ ।

‘କଫି ଉଇଥ୍‌ କରଣର ସିଜିନ୍‌-୬’ ଆରମ୍ଭ ହେବା ପରଠାରୁ ଏହା ବିବାଦରେ ରହି ଆସିଛି । କଳାକାରମାନେ ଏଠାକୁ ଆସି ଯେଉଁ ସବୁ ବିବାଦୀୟ ଖୁଲାସା କରିଥାନ୍ତି, ତାହାକୁ ନେଇ ପରେ ବିବାଦ ଆରମ୍ଭ ହୋଇ ଯାଇଥାଏ । କିଛି ଦିନ ତଳେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲ କଫି ଉଇଥ୍‌ କରଣକୁ ଆସି ମହିଳାମାନଙ୍କୁ ନେଇ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ପରେ ତାଙ୍କୁ ନେଇ ବିବାଦ ଆରମ୍ଭ ହୋଇ ଯାଇଥିଲା ।

ପୁଣି ଥରେ ସେଭଳି କିଛି କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବଂ ପ୍ରିୟଙ୍କା ଚୋପ୍ରା ଏକା ସାଙ୍ଗରେ ‘କଫି ଉଇଥ୍‌ କରଣର ସିଜିନ୍‌-୬’ରେ ନଜର ଆସିଥିଲେ । ଦୁହେଁ ଏହି ସୋ’କୁ ଆସି ମଜା ମସ୍ତି କରିଥିବା ବେଳେ ଗୋଟେ ପ୍ରଶ୍ନକୁ ନେଇ କରୀନା ପ୍ରିୟଙ୍କାଙ୍କୁ ପରିହାସ କରି ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଅଭିନେତ୍ରୀ କରୀନା କପୁର ଖାନ୍‌, ପ୍ରିୟଙ୍କା ଚୋପ୍ରା ଏବଂ କରଣ ଜୋହର ଅଭିନେତା ବରୁଣ ଧାଓ୍ଵନଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା କରୁଥିବା ବେଳେ ବରୁଣ କାହାକୁ ଡେଟ୍‌ କରୁଛନ୍ତି ବୋଲି କରୀନା ପ୍ରିୟଙ୍କାଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ପ୍ରଶ୍ନ ଶୁଣି ଜାଣି ନଥିବା କହିଥିଲେ ପ୍ରିୟଙ୍କା । ପ୍ରିୟଙ୍କା ଜାଣି ନଥିବା ଜାଣି ହଲିଉଡ୍‌ ଯାଇ କେଉଁଠୁ ଆସିଛ ତୁମେ ତାହା ଭୁଲ ନାହିଁ ବୋଲି କରୀନା ପ୍ରିୟଙ୍କାଙ୍କୁ କହିଥିଲେ । ଏହା ପରେ ୩ଜଣ ହସିବାକୁ ଲାଗିଥିଲେ । କରୀନା ଏହା ଥଟ୍ଟାରେ କହିଥିଲେ ମଧ୍ୟ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More