Only for Entertainment

ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ହେବ ଜେଲ ଦଣ୍ଡ ।

CGTN Africa
0 33

ଉତ୍ତର ପ୍ରଦେଶରେ ସୋସିଆଲ ମିଡିଆରେ ମିଥ୍ୟା ଗୁଜବ କିମ୍ବା ଧର୍ମ ନାଁ ରେ ମିଥ୍ୟା ପ୍ରଚାର କରୁଥିବା ଲୋକମାନଙ୍କ ଉପରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଉପରେ ଏବେ ରୋକ ଲଗାଯିବ । ଏପରି ମିଥ୍ୟା ଖବର ପ୍ରଘଟ କରୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲକ୍ଷେ୍ନø ପୁଲିସର କହିବାନୁସାରେ ଏହାକୁ କଡାକଡିଭାବେ ପାଳନ କରାଯିବ । ଏହା ଆଧାରରେ ପୁଲିସ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ, ଯେଉଁମାନେ ଏଭଳି ଆପତ୍ତିଜନକ ଫଟୋ କିମ୍ବା ମେସେଜରେ ଲାଇକ କମେଣ୍ଟ କରିଥିବେ କିମ୍ବା ନିଜ ଆଇଡିରୁ ଏହାକୁ ଫରୱାର୍ଡ କରିଥିବେ ।
ଗତ କିଛିଦିନ ହେବ ସୋସିଆଲ ମିଡିଆରେ କିଛି ଲୋକ ଧର୍ମ ନାଁରେ ମିଥ୍ୟା ପ୍ରଚାର କରି ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରୁଛନ୍ତି । ଏପରି କାମ କରୁଥିବା ଲୋକଙ୍କ ଉପରେ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବର୍ତ୍ତମାନ ଫେସବୁକ୍, ଟ୍ୱିଟର ଓ ହ୍ୱାର୍ସଆପ୍ ଉପରେ ପ୍ରତ୍ୟେକ ଜିଲ୍ଲାକୁ ସାଇବର ସେଲ ଜରିଆରେ ନଜର ରଖିବ ପୋଲିସ ।

ଏହି ମାମଲାରେ ୟୁଯି ପୋଲିସ ପଦକ୍ଷେପ ଗ୍ରହଣ କରିସାରିଛି । ମିରଟରେ ପ୍ରଥମ ସୋସିଆଲ ମିଡିଆ ସେଲ ତିଆରି କରାଯାଇଛି । ଏହି ଲ୍ୟାବ ଜରିଆରେ ସୋସିଆଲ ମିଡିଆରେ ଏଭଳି ମିଥ୍ୟା ଖବର ପ୍ରଘଟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ଏହି ଲ୍ୟାବର ମନିଟରିଙ୍ଗ ଓ ଏନାଲିସିସି ୟୁନିଟଦ୍ୱାରା ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କିଏ କରିଛନ୍ତି, ତାହା ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More