Only for Entertainment

ହୁସିଆର୍ ! ମାଡି ଆସୁଛି ବିପଦ । ଅମାବାସ୍ୟାରେ ଲାଗିବାକୁ ଥିବା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗରେ ଘଟିପାରେ ବଡ ଦୁର୍ଘଟଣା

astrohawk11.blogspot
0 53

ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟ ଗ୍ରହଣ ଆସନ୍ତା ୧୫ ଏବଂ ୧୬ ତାରିଖର ଅର୍ଦ୍ଧରାତ୍ରିରେ ତଥା ଏକ ସନ୍ଧିକାଳରେ ପଡୁଛି । ଯାହାଦ୍ୱାରା ଭାରତରେ ଏହାର ପ୍ରଭାବ ଯଦିଓ ପଡିନପାରେ ମାତ୍ର ଏହାର କିଛି ଭାଗ ପଶ୍ଚିମାଂଚଳରେ ଦୃଶ୍ୟମାନ ହୋଇପାରେ । କିନ୍ତୁ ଏହାର ପ୍ରଭାବ ବିପଦଜ୍ଜନକ ପ୍ରମାଣିତ ହୋଇପାରେ ବୋଲି ସତର୍କବାଣୀ ଶୁଣାଇଛନ୍ତି ଜ୍ୟୋତିଷଗଣ ।

ଜ୍ୟୋତିଷଜ୍ଞ ସୂଚନା ମୁତାବକ, ସୂର୍ୟ୍ୟଗ୍ରହଣ ଆସନ୍ତା ୧୫ ତାରିଖର ଅର୍ଦ୍ଧରାତ୍ରିରେ ପଡିବ, ଯାହାକି ଭାରତରେ ନଜର ଆସିବ ନାହିଁ । ତେବେ ସୂର୍ୟ୍ୟଗ୍ରହଣ ସେତେବଳେ ପଡିଥାଏ, ଯେତେବେଳେ ଉଭୟ ସୂର୍ୟ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ରମା ସମାନ୍ତରାଳରେ ରହିଥାଏ । ଏହି ଗ୍ରହଣ ଅର୍ଧରାତ୍ରି ତଥା ଉଭୟ ୧୫ ଏବଂ ୧୬ ତାରିଖରେ ଏକ ସନ୍ଧିକାଳରେ ପଡୁଛି । ଯେଉଁଥିପାଇଁ ଭାରତରେ ଏହା ଦୃଶ୍ୟମାନ ହେବନାହିଁ କିନ୍ତୁ କିଛି ଭାଗ ପଶ୍ଚିମ ଇଲାକାରେ ଯେପରିକି ଆର୍ଜେଂଟିନା ଆଦିରେ ନଜର ଆସିବ ।

ଅପର ପକ୍ଷରେ ଚଳିତ ବର୍ଷ ଲଗାତର ଭାବରେ ଗ୍ରହଣ ଲାଗୁଥିବାକୁ ଏଥିରେ ଗମ୍ଭିରତା ପ୍ରକାଶ କରିଛନ୍ତି ଜ୍ୟୋତିଷଗଣ । କାରଣ ଗତ ୩୧ ତାରିଖରେ ପୂର୍ଣ୍ଣିମାରେ ବଡ ଚନ୍ଦ୍ର ଗ୍ରହଣ ଲାଗିଥିଲା । ଯେଉଁଥିରେ ଚନ୍ଦ୍ରଙ୍କୁ ତିନୋଟି ରୂପରେ ଦେଖିବାକୁ ମିଳିଥିଲା । ସୁପର ମୁନ, ବ୍ଲୁ ମୁନ ଏବଂ ବ୍ଲଡ ମୁନରେ ନଜର ଆସିଥିଲା ଏବଂ ଏହାର ଠିକ୍ ଅପର ପକ୍ଷ ତଥା ଅମାବାସ୍ୟାରେ ଆଂଶିକ ସୂର୍ୟ୍ୟପରାଗ ପଡୁଛି । ଯେଉଁଥି ଲାଗି ବିଶ୍ୱରେ କେଉଁଠି ନା କେଉଠଁ ଭୂ-ପୃଷ୍ଠରେ ଫାଟ ସୃଷ୍ଟି ହୋଇପାରେ କିମ୍ବା ଭୂମିକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ସୃଷ୍ଟି ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More