Only for Entertainment

ଚମତ୍କାର ହୋଇଥାନ୍ତି ମୀନ ରାଶିର ଲୋକ । ଜାଣନ୍ତୁ ସେମାନଙ୍କ ବିଷୟରେ କିଛି ହୃଦୟଛୁଆଁ କଥା ।

punjab kesari
0 65

ବ୍ୟକ୍ତିର ଜନ୍ମମାସ,ରାଶି ବା ନାମ ପୂର୍ବରୁ ଅକ୍ଷରର ପ୍ରଭାବ ସେମାନଙ୍କ ସ୍ୱଭାବ ଉପରେ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ କିଛି ମୀନ ରାଶିର ଲୋକଙ୍କ ବିଷୟରେ ଜଣାଇବୁ,ଯେଉଁମାନଙ୍କ ନାମ ଡି,ଟି,ଜେ ଓ ସିରୁ ଆରମ୍ଭ ହୋଇଥାଏ । ଶାନ୍ତ ସହିତ ଏମାନେ ଖୁବ ଜିଦିଆ ସ୍ୱଭାବର ହୋଇଥାନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଏମାନେ ମାନ ସମ୍ମାନ ପାଇଥାନ୍ତି । ଏମାନଙ୍କ ପ୍ରେମ ଜୀବନ ମଧ୍ୟ ଖୁବ କୌତୁକ ପୂର୍ଣ୍ଣ ।

ଏହି ରାଶିର ଲୋକ ବନ୍ଧୁତାକୁ ଖୁବ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଅଧିକ ବନ୍ଧୁତା ଏମାନେ ଦେଖାନ୍ତି ନାହିଁ ।
କାହାକୁ ମଧ୍ୟ ଏମାନେ ଅତି ସହଜରେ ବୁଝାଇ ଦେଇପାରନ୍ତି । ଏମାନଙ୍କ ବିଚାର ଖୁବ ଭଲ ହୋଇଥାଏ ଏବଂ ଏମାନେ ସାମ୍ନା ଲୋକର ଭାବନାକୁ ବୁଝିଯାଆନ୍ତି ।

ଏମାନେ ଅତି ସହଜରେ କାହା ପ୍ରେମରେ ପଡ଼ନ୍ତି ନାହିଁ,କିନ୍ତୁ ଥରେ ପ୍ରେମରେ ପଡ଼ିଲେ କେବେ ମଧ୍ୟ ସାଥ ଛାଡ଼ନ୍ତି ନାହିଁ । ଏମାନେ ପରିବାରକୁ ମଧ୍ୟ ଖୁବ ଗୁରୁତ୍ୱ ଦେଇଥାନ୍ତି ।

ଏମାନେ ଅଧିକ ଦେଖାଇ ହୋଇନଥାନ୍ତି । ଚତୁର ବ୍ୟକ୍ତିଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ । ବ୍ୟକ୍ତିର ବ୍ୟକ୍ତିତ୍ୱ ଦେଖି ଏମାନେ ପସନ୍ଦ କରନ୍ତି ।

ଯଦି ଏମାନେ ଭାବନାରେ ପଡ଼ି ଲୋକଙ୍କ ସହିତ ମିଶିଥାନ୍ତି ତଥାପି ବୁଦ୍ଧିର ସହିତ କାମ କରନ୍ତି । ଏହା ସହିତ ଏମାନେ କଳ୍ପନାଶୀଳ ହୋଇ ନଥାନ୍ତି ।

ଏମାନେ ଭାବି ଚିନ୍ତି ଖର୍ଚ୍ଚ କରନ୍ତି । ଧୋକାକୁ ଏମାନେ ବରଦାସ୍ତ କରିପାରନ୍ତି ନାହିଁ ।

କହିବା ପୂର୍ବରୁ ଏମାନେ ଭାବିଥାନ୍ତି । ପରିଶ୍ରମରେ ଏମାନେ ଲକ୍ଷ୍ୟ ସ୍ଥଳରେ ପହଂଚିଥାନ୍ତି । ହୃଦୟର ସହିତ ଏମାନେ ସଂପର୍କକୁ ସମ୍ମାନ ଦେଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More