Only for Entertainment

ବାସ୍ତୁଶାସ୍ତ୍ର ଘର ପାଇଁ କେତେ ଜରୁରୀ ! ଗୃହିଣୀ ମାନଙ୍କ ପାଇଁ କିଛି ଟିପ୍ସ

maya international
0 172

ଘରର ବାତାବରଣ ସବୁବେଳେ କିପରି ସୁସ୍ଥ ରହିବ ତା, ପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ମାନିବାକୁ ପଡିଥାଏ । କିନ୍ତୁ ହଠାତ୍ ଯେତେବେଳେ ଘରେ କୈାଣସି କାରଣ ନ’ଥାଇ କଳହ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଯାଏ ।

ଯେତେ ଧନ ଉପାର୍ଜନ କଲେବି କେଉଁଆଡେ ଆସି କେଉଁଆଡେ ଚାଲିଯାଏ, ତାହା ଜଣାପଡେ ନାହିଁ । କିନ୍ତୁ ବାସ୍ତୁଶାସ୍ତ୍ରବିତଙ୍କ ମତରେ ଘରର ସକରାତ୍ମକ ଏବଂ ନକରାତ୍ମକ ଉଭୟ ମାହୋଲ ପାଇଁ ଘରର ଗୃହିଣୀ ମାନଙ୍କ ଅବଦାନ ବହୁତ ବେଶୀ । ଗୃହିଣୀ କରୁଥିବା ନିଜସ୍ୱ କର୍ମ ଉପରେ ମଧ୍ୟ ଘରର ମାହୋଲ ନିର୍ଭର କରିଥାଏ ।

  • ଗୃହିଣୀ ସୂର୍ୟ୍ୟଦୋୟ ପୂର୍ବରୁ ବିଛଣା ଛାଡିବା ଉଚିତ୍ । ବିଛଣା ଛାଡିବା ପରେ ସ୍ନାନ କରିବା ସହିତ ଘର ସଫା କରିବା ଉଚିତ୍ । କିନ୍ତୁ ସୂର୍ୟ୍ୟଉଦୟ ପରେ ଯଦି ଏସବୁ କାମକୁ କରଯାଏ, ଘର ମଧ୍ୟରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
  • ସ୍ନାନ କରିବା ପରେ ଘରର ଗୃହିଣୀ ରୋଷେଇ ଘରକୁ ପ୍ରବେଶ କରି ରୋଷେଇ ଆରମ୍ଭ କରିବା ଉଚିତ୍ ।
  • ଆମେ ନିତିଦିନିଆ ଖାଦ୍ୟ ତିଆରି କରି ସାରିଲା ପରେ ସବୁଦିନ ସେହି ଖାଦ୍ୟକୁ ଭଗବାନଙ୍କ ପାଖରେ ଅର୍ପଣ କରିବା ଉଚିତ୍ । ଏହାଦ୍ୱାରା ଘରେ ସବୁବେଳେ ସୁଖଶାନ୍ତି ବଜାୟ ରହିଥାଏ ।
  • ମହିଳାମାନେ ସାଧାରଣତଃ ସୂର୍ୟ୍ୟାସ୍ତ ପରେ କେଶ କୁଣ୍ଡାଇବା କଥା ନୁହଁ, ଏମିତି କଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଘରର ଧନଧାନ୍ୟ ବୃଦ୍ଧି ହେବାରେ ବାଧା ସୃଷ୍ଟି ହୋଇଥାଏ ।
  • ଘରର ମହିଳାମାନେ ଯେତେ ଖୁସିରେ ରହିବେ, ଘରର ମାହୋଲ ଏବଂ ବାତାବରଣ ମଧ୍ୟ ସେତେ ଅଧିକ ଭଲ ରହିବ । ଯେଉଁ ଘରର ମହିଳା ସଦସ୍ୟ ମାନେ ଯେତେ ଅଧିକ ଝଗଡା ଏବଂ ପାଟିତୁଣ୍ଡ କରିଥାନ୍ତି, ଏହା ଘରର ମାହୋଲକୁ ବିଗାଡିବା ସହିତ ଏକ ନକରାତ୍ମକ ବାତାବରଣ ଘରେ ସୃଷ୍ଟି କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More