Only for Entertainment

କଥାବାର୍ତ୍ତା କରିବା ସମୟରେ ବାରମ୍ବାର କେହି ଆପଣଙ୍କ ନାଁ ନେଉଛନ୍ତି କି ? ଜାଣନ୍ତୁ ଏହାର କାରଣ

fatherhood channel
0 122

ନିଜର ନାଁ ଶୁଣିବାକୁ କାହାକୁ ବା ପସନ୍ଦ ନୁହେଁ । ମନୁଷ୍ୟର ପରିଚୟ ନାଁରୁ ତ ହୋଇଥାଏ । ନାଁ ମନୁଷ୍ୟକୁ ଅନ୍ୟମାନଙ୍କ ଠାରୁ ଅଲଗା କରିଥାଏ । କିନ୍ତୁ ଯଦି ଆପଣଙ୍କ ସହିତ କଥାବାର୍ତ୍ତା କରିବା ସମୟରେ କେହି ଆପଣଙ୍କ ନାଁ ବାରମ୍ବାର ନେଉଥାନ୍ତି ତେବେ ତାହା ପଛରେ ଅନେକ କାରଣ ରହିଛି । ଆସନ୍ତୁ ଜାଣିବା କ’ଣ ରହିଛି ଏହାର କାରଣ –

  • ଯଦି କେହି ଆପଣଙ୍କ ନାଁ ବାରମ୍ବାର ନେଇ ଡାକୁଥାଏ ତେବେ ଏହାର କାରଣ ଆପଣ ସେହି ବ୍ୟକ୍ତିଙ୍କ ଜୀବନରେ ଖୁବ ଖାସ ଅଟନ୍ତି । ଆପଣଙ୍କୁ ସ୍ପେଶାଲ ଅନୁଭବ କରାଇବା ପାଇଁ ଲୋକ କଥାବାର୍ତ୍ତା ସମୟରେ ବାରମ୍ବାର ନାଁ ଧରି ଡାକିଥାନ୍ତି ।
  • ବାରମ୍ବାର ନାଁ ଡାକିବାର ଆଉ ଏକ କାରଣ ହେଉଛି ଯାହା ସହିତ ଆପଣ କଥା ହେଉଛନ୍ତି ସେ ଚାହାଁନ୍ତି ଆପଣ ତାଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ । କାରଣ ଆପଣଙ୍କ କଥା କହିବା ଶୈଳୀରୁ ଲୋକ ଜାଣିପାରନ୍ତି ଆପଣଙ୍କ ଧ୍ୟାନ ଅନ୍ୟ କେଉଁଠି ରହିଛି ତେଣୁ ଆପଣଙ୍କର ଧ୍ୟାନକୁ ସେମାନେ ଆଡକୁ ଆଣିବା ପାଇଁ ଲୋକ ଆପଣଙ୍କର ନାମକୁ ବାରମ୍ବାର ଡାକିଥାନ୍ତି ।
  • ଏହା ମଧ୍ୟ କୁହାଯାଏ ଯଦି କୌଣସି କଥାବାର୍ତ୍ତା କରିବା ସମୟରେ ଆପଣଙ୍କର ନାଁ କେହି ବାରମ୍ବାର ନେଉଥାଏ ତେବେ ସେହି ବିଷୟ ଆପଣଙ୍କର ସବୁବେଳେ ମନେ ରହିବ ।
  • ଯଦି କେହି ଆପଣଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଆପଣଙ୍କର ନାମକୁ ବାରମ୍ବାର ନେଉଥାଏ ତେବେ ଏଥିରୁ ଜଣା ପଡେ ଯେ ସେହି ବ୍ୟକ୍ତି ଜଣକ ଆପଣଙ୍କର ଆଟେନସନ ଚାହଁଛନ୍ତି ।
  • ଯଦି କେହି ଆପଣଙ୍କ ନାଁ ନେଉଥାନ୍ତି ଏଥିରୁ ଏହା ଜଣା ପଡେ ଯେ ସେହି ବ୍ୟକ୍ତି ଜଣକ ଆପଣଙ୍କୁ ଭଲଭାବେ ଜାଣିଛନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More