Only for Entertainment

୧୮ବର୍ଷରେ ବିବାହ ୧୯ବର୍ଷରେ ବୟସରେ ଛାଡପତ୍ର, କିଛି ଏଭଳି ଥିଲା ସୁନିଧିଙ୍କ ଜୀବନ !

probashbanglanews
0 107

ସୁନିଧି ଚୌହାନଙ୍କୁ ଆଜି କିଛି ପରିଚୟର ଆବଶ୍ୟକ ନାହିଁ । ସେ ଏକ ଭାରତୀୟ ପାଶ୍ୱର୍ ଗାୟିକା ଅଟନ୍ତି । ଯିଏ ହିନ୍ଦୀ ସହ ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ପଂଜାବୀ, ବଙ୍ଗାଳୀ, ଆସାମୀ, ନେପାଳୀ, ଉ଼ୁର୍ରେ ଗୀତ ଗାଇଛନ୍ତି । ସୁନିଧି ଯେତେ ଭଳ ଗୀତ ଗାଆନ୍ତି ସେତେ ଭଲ ଦେଖିବାକୁ ମଧ୍ୟ । ସେ ଫ୍ୟାଶନିଷ୍ଟା ଆଇକନ ମଧ୍ୟ ଅଟନ୍ତି , ତାଙ୍କୁ ୨୦୧୩ରେ ଏସିଆର ଟପ ୫୦ସେକ୍ସିଅସ୍ଟ ଲେଡିଜ ତାଲିକାରେ ସ୍ଥାନ ମିଳିଥିଲା । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ ।

୪ବର୍ଷ ବୟସରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ତାଙ୍କର ସଫଳତାର ଶ୍ରେୟ ବାପା ମା’ ଙ୍କ ବ୍ୟତୀତ ସୋନୁ ନିଗମଙ୍କୁ ମଧ୍ୟ ମାନନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସୁନିଧି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ୧୬ବର୍ଷ ବୟସରେ ସୁନିଧି ରାମଗୋପାଲ ବର୍ମାଙ୍କ ଫିଲ୍ମ ମସ୍ତରେ ରୁକି ରୁକି ସି ଜିନ୍ଦେଗୀ ଗାଇ ସୁପରହିଟ ସାବ୍ୟସ୍ତ ହୋଇଥିଲେ । ଏହି ଗୀତ ପାଇଁ ତାଙ୍କୁ ୧୪ଟି ନୋମିନେସନ ମିଳିଥିଲା, ଯେଉଁ ମଧ୍ୟରୁ ୨ଟି ଫିଲ୍ମ ଫେୟାର ଆୱାର୍ଡ ଏବଂ ଗୋଟେ ଜିସିନେ ଆୱାର୍ଡ ମିଳିଥିଲା । ସୁନିଧି ଏବେ ପର୍ଯ୍ୟନ୍ତ ହାରାହାରି ୩୦୦୦ରୁ ଅଧିକ ଗୀତ ଗାଇ ସାରିଲେଣି ।

୧୮ବର୍ଷ ବୟସରେ ସୁନିଧି ପ୍ରଥମ ବିବାହ କରିଥିଲେ କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ବବି ଖାନଙ୍କୁ । ମାତ୍ର ଏହି ସମ୍ପର୍କ ବେଶୀ ଦିନ ରହି ନଥିଲା । ମାତ୍ର ୧୯ବର୍ଷ ବୟସରେ ସେ ବବିଙ୍କୁ ଛାଡପତ୍ର ଦେଇଥିଲେ । ଏହାପରେ ସେ ୨୦୧୨ ଅପ୍ରେଲ ୨୪ରେ ନିଜ ପିଲା ଦିନ ବନ୍ଧୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ହିତେଶ ସୈନିକଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ ।

ସୁନିଧି ଚୌହାନ ନିଜ ଇଂଟରନ୍ୟାସନାଲ ସିଙ୍ଗିଙ୍ଗ ଡେବ୍ୟୁ ‘ହାର୍ଟବିଟ’ଏନରିକ ଇଜ୍ଞ୍ଲାସିୟସଙ୍କ ସହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More